Only for Entertainment

ମୁକ୍ତିଲାଭ କଲା ‘ସୁପର୍ – ଥାର୍ଟି’ ଫିଲ୍ମ ପ୍ରଥମ ରୋମାଂଟିକ୍ ଗୀତ ‘ଜୁଗ୍ରାଫିୟାଁ’ , ଦେଖିବାକୁ ମିଳିଲା ହ୍ରିତିକ୍ ଓ ମୃଣାଳଙ୍କ ମଧ୍ୟରେ ହାଲକା – ଫୁଲକା ରୋମାନ୍ସ !

29

ଫ୍ୟାନମାନଙ୍କୁ ଅନେକ ଦିନ ଧରି ଅପେକ୍ଷା କରାଇ ଶେଷରେ ପରଦାକୁ ଆସିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଅଭିନେତା ହ୍ରିତିକ୍ ରୋଶନ୍ । ତାଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ସୁପର୍ – ଥାର୍ଟି’ ଆସନ୍ତା ଜୁଲାଇ ମାସରେ ମୁକ୍ତିଲାଭ କରିବାକୁ ଯାଉଛି । ସିନେମାରେ ହ୍ରିତିକଙ୍କ ବିପକ୍ଷରେ ନାୟିକା ଭାବେ ଛୋଟ ପରଦାର ସୁନ୍ଦରୀ ମୃଣାଲ୍ ଠାକୁରଙ୍କୁ ଦେଖିବାକୁ ମିଳିବ । ଏହି ଅପକମିଂ ସିନେମାର ରୋମାଂଟିକ୍ ଗୀତ ‘ଜୁଗ୍ରାଫିୟାଁ’ ମୁକ୍ତିଲାଭ କରିଛି ।

ଆଗାମୀ ବଲିଉଡ୍ ସୁପର୍ – ଥାର୍ଟି ର ପ୍ରଥମ ରୋମାଂଟିକ୍ ଗୀତ ‘ଜୁଗ୍ରାଫିୟାଁ’ ମୁକ୍ତିଲାଭ କରିଛି । ଗୀତ ଦୃଶ୍ୟାୟନରେ ଫିଲ୍ମର ଲିଡ୍ ହ୍ରିତିକ୍ ରୋଶନ୍ ଓ ମୃଣାଳ୍ ଠାକୁରଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ଜରିଆରେ ବଡ ପରଦାରେ ପାଦ ରଖିବାକୁ ଯାଉଛନ୍ତି ଛୋଟ ପରଦାର ସୁନ୍ଦରୀ ମୃଣାଳ । ଆଉ ମୁକ୍ତିଲାଭ କରିଥିବା ଏହି ଗୀତରେ ହ୍ରିତିକ୍ ଓ ମୃଣାଳଙ୍କ ମଧ୍ୟରେ ହାଲକା – ଫୁଲକା ରୋମାନ୍ସ ଦେଖିବାକୁ ମିଳିଛି ।

ଅଜୟ – ଅତୁଲଙ୍କ ସଙ୍ଗୀତ ଏହି ଗୀତରେ ଶୁଣିବାକୁ ମିଳିଛି ଉଦିତ୍ ନାରାୟଣ୍ ଓ ଶ୍ରେୟା ଘୋଷାଲଙ୍କ ଆକର୍ଷଣୀୟ ଗାୟିକୀ । ଗୀତର ଲିରିକ୍ସ ଦେଇଛନ୍ତି ଅମିତାଭ୍ ଭଟ୍ଟାଚାର୍ଯ୍ୟ । ଚଳଚ୍ଚିତ୍ର ସୁପର୍ ଥାର୍ଟି ବିହାର ଗଣିତଜ୍ଞ – ଆନନ୍ଦ କୁମାରଙ୍କ ଜୀବନୀକୁ ନେଇ ଗତିଶୀଳ ହୋଇଛି । ଆଉ ସିନେମାରେ ଆନନ୍ଦ କୁମାରଙ୍କ ଜୀବନୀକୁ ତୁଲାଉଛନ୍ତି ହ୍ରିତିକ୍ । ଫାନଟମ୍ ପ୍ରଡକ୍ସନ୍ ଓ ସାଜିଦ୍ ନାଡିଆଡୱାଲ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବେହଲ୍ । ୧୨ ଜୁଲାଇରେ ପରଦାକୁ ଆସିବ ଫିଲ୍ମ ‘ସୁପର୍-ଥାର୍ଟି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More