Only for Entertainment

ପାକିସ୍ତାନରେ ବ୍ୟାନ ହେଲା ଫିଲ୍ମ ‘ବୀରେ ଦି ୱେଡିଂ’ର ରିଲିଜ, ଜାଣନ୍ତୁ ଏହାର କାରଣ ।

you tube
0 43

ବଲିଉଡ ଫିଲ୍ମ ‘ବୀରେ ଦି ୱେଡିଂ’ ବିବାଦ ଘରରେ ଫସିବାର ଲାଗିଛି । ଖବର ଅନୁସାରେ ଏହି ଫିଲ୍ମର ରିଲିଜକୁ ପାକିସ୍ତାନରେ ବ୍ୟାନ କରାଯାଇଛି । ରିପୋର୍ଟ ଅନୁସାରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସେଂସର୍ସ ଫିଲ୍ମରେ ଅଶ୍ଳୀଳ ଭାଷା ଏବଂ ଆପତ୍ତିଜନକ ଯୌନ ଡାଇଲଗ କାରଣରୁ ଫିଲ୍ମକୁ ବ୍ୟାନ କରିଛନ୍ତି । ଏହି ଫିଲ୍ମ ଏବେ ପାକିସ୍ତାନ ବ୍ୟତିତ ୧ ଜୁନକୁ ପୁରା ବିଶ୍ୱରେ ରିଲିଜ କରାଯିବ ।

କରୀନା କପୁର ଫିଲ୍ମର ପ୍ରମୋଶନ ସମୟରେ କହିଥିଲେ ଏହା ଏକ ପ୍ରଗତିଶୀଳ ଫିଲ୍ମ । ଏବଂ ଏହାର ଭାଷା ବହୁତ ଭିନ୍ନ । ଏହା ସହିତ ସେ କହିଥିଲେ ଫିଲ୍ମରେ ୪ ଜଣ ମହିଳାଙ୍କ କାହଣୀକୁ ନେଇ ନିର୍ମାଣ କରାଯାଇଛି ଏହାର ଅର୍ଥ ନୁହେଁ ଯେ ଫିଲ୍ମରେ ତାଙ୍କର ପୋଷାକ, ବ୍ୟାଗ ଏବଂ ଜୋତାକୁ ଦର୍ଶାଯିବ । ଏହା ଏକ ଭିନ୍ନ ସ୍ୱାଦର ଫିଲ୍ମ । ସେହିପରି ସୋନମ କହିଥିଲେ ମୁଁ ଯେଉଁ ଫିଲ୍ମ କରେ ଧ୍ୟାନ ରଖେ ଯେପରି ଲୋକଙ୍କ ଧାରଣା ବଦଳିବ ।

ଫିଲ୍ମର ନିର୍ମାତା ରିୟା କପୁର କହିଥିଲେ ଯଦି ଆମେ ଏପରି ଫିଲ୍ମ ନିର୍ମାଣ କରିବା ଯେଉଁ ଫିଲ୍ମ ଆମେ ଆମ ପିତାଙ୍କ ସହିତ ବସି ଦେଖିପାରିବା ତେବେ ମହିଳାମାନଙ୍କୁ ଏହି ଫିଲ୍ମ ଦେଖି ଲଜ୍ଜ୍ୟା ଅନୁଭବ ହେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More