Only for Entertainment

ହାର୍ଟ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ନିର୍ମାତା ନିର୍ଦ୍ଦେଶକ ମଣିରତ୍ନମ

Bollyworm
63

ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ମଣିରତ୍ନମ ହସ୍ପିଟାଲରେ ଭର୍ତ୍ତି ହୋଇ ଥିବା ଖବର ଏବେ ସାମ୍ନାକୁ ଆସିଛି । ତାଙ୍କୁ ଚେନ୍ନାଇ ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁସାରେ ନିର୍ଦ୍ଦେଶକ ମଣିରତ୍ନମ ହାର୍ଟ ସମସ୍ୟାରେ ପିଡିତ ଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ଖବର ସାମ୍ନାକୁ ଆସିନାହିଁ । ୨୦୧୮ରେ ମଧ୍ୟ ଖବର ଆସିଥିଲା ଯେ ହାର୍ଟରେ ସମସ୍ୟା ଦେଖାଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Mani Ratnam

କହିରକୁଛୁ ଯେ, ମଣିରତ୍ନମ ‘ବମ୍ବେ’, ଦିଲ ସେ, ୟୁବା, ଓକେ କନମନୀ, ରାବଣ ପରି ଦମଦାର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ସହିତ ପ୍ରତ୍ୟେକ କଳାକାର କାମ କରିବା ପାଇଁ ଚାହିଁ ରହିଥାନ୍ତି । ଏବେ ସେ ଐତିହାସିକ ତାମିଲ ନଭେଲ ‘ପୋତ୍ରିୟିନ ସେଲ୍ୱନ’ ଉପରେ ଫିଲ୍ମ ନର୍ମାଣ କରୁଛନ୍ତି । ଏହା ତାଙ୍କର ଡ୍ରିମ ପ୍ରୋଜେକ୍ଟ । ଫିଲ୍ମ ଆଗାମୀ ବର୍ଷ ରିଲିଜ ହୋଇପାରେ । ଫିଲ୍ମରେ ଅନୁଷ୍କା ଶେଟ୍ଟୀ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଲିଡ ରୋଲରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More