Only for Entertainment

୭ ମାସ ପରେ ସାମ୍ନାକୁ ଆସିଲା ସତ୍ୟତା: ଏହି ଗମ୍ଭୀର ରୋଗରେ ପିଡ଼ିତ ଥିଲେ ଋଷି କପୂର ।

bollywood tadka
47

ବଲିଉଡ ଆକ୍ଟର ଋଷି କପୂର ୭ ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ । ଋଷିଙ୍କ ରୋଗକୁ ନେଇ ଭିନ୍ନଭିନ୍ନ ପ୍ରକାରର କଥା ସାମ୍ନାକୁ ଆସୁଥିଲା । ଏତେ ଉଡ଼ା ଖବରରୁ କେଉଁଟି ସତ୍ୟ ତାହା ଜଣାପଡ଼ୁନଥିଲା । କେବଳ ସେତିକି ନୁହେଁ ଋଷିଙ୍କ ପରିବାର ମଧ୍ୟ ଏହି କଥାକୁ ଲୁଚାଇ ରଖିଥିଲେ । ଏହା ସହିତ ଖବର ଆସିଥିଲାଯେ ଋଷିଙ୍କୁ କର୍କଟ ରୋଗ ହୋଇଛି, କିନ୍ତୁ ତାଙ୍କ ଭାଇ ରଣଧୀର କପୂର ଏହାକୁ ମିଛ ବୋଲି କହିଥିଲେ । ଏଭଳି କଥା ଉପରେ ଧ୍ୟାନ ନ ଦେବାକୁ ସେ ଫ୍ୟାନ୍ସଙ୍କୁ କହିଥିଲେ ।ନିକଟରେ ଋଷିଙ୍କ ଘନିଷ୍ଠ ବନ୍ଧୁ ବା ଫିଲ୍ମ ନିର୍ମାତା ରାହୁଲ ରୱେଲ ଏକ ପୋଷ୍ଟ ଶେୟାର କରି କ୍ୟାପ୍ସନରେ ଲେଖିଛନ୍ତି ଏବେ ଋଷି କର୍କଟ ମୁକ୍ତ । ସେ ଏହା ତାଙ୍କ ଫେସବୁକ ଆକାଉଂଟରେ ଶେୟାର କରିଛନ୍ତି ।

ଏହା ପୂର୍ବରୁ ନୀତୁ ମଧ୍ୟ ଏକ ପୋଷ୍ଟ ଲେଖିଥିଲେ, ଯେଉଁଥିରେ ଲେଖାଥିଲାଯେ ଟ୍ରାଫିକ ପ୍ରଦୂଷଣ କମ ହେଉ । ଆଗକୁ କର୍କଟ କେବଳ ଏକ ରାଶି ହୋଇ ରହୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More