Only for Entertainment

ସୋନାଲୀ ଏବଂ ଇରଫାନଙ୍କ ପରେ ଏବେ ରାକେଶ ରୋଶନଙ୍କୁ ହେଲା କ୍ୟାନସର, ଫ୍ୟାନ୍ସ ମାନେ କଲେ ପ୍ରାର୍ଥନା !

Mumbai Mirror
66

ଫିଲ୍ମମେକର ରାକେଶ ରୋଶନଙ୍କୁ ନେଇ ନିକଟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ମୁତାବକ ସେ କ୍ୟାନସର ଭଳି ରୋଗରେ ପୀଡିତ ଅଛନ୍ତି । ଏହାର ସୂଚନା ନିଜେ ହ୍ରିତିକ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି । ଏହାସହ ସେ କ୍ୟାପଶନ ଦେଇଛନ୍ତି ଯେ ଆଜି ତାଙ୍କ ବାପାଙ୍କ ସର୍ଜରୀ ଏବଂ ସେ ଏହା ପୂର୍ବରୁ ସେ ବାପାଙ୍କୁ ତାଙ୍କ ସହ ଫଟୋ ଉଠାଇବା ପାଇଁ କହିଥିଲେ । ସର୍ଜରୀ ପୂର୍ବରୁ ମଧ୍ୟ ତାଙ୍କ ବାପା ଜିମ ମିସ୍ ନ କରିଥିବା କହିଛନ୍ତି ହ୍ରିତିକ । ସେ ଜଣେ ବହୁତ ଶକ୍ତିଶାଳୀ ମଣିଷ ଅଟନ୍ତି । କିଛି ସପ୍ତାହ ପୂର୍ବରୁ ଜାଣିବାକୁ ମିଳିଥିଲା ଯେ ତାଙ୍କ ବାପାଙ୍କୁ squamous cell carcinoma ଭଳି ରୋଗରେ ପୀଡିତ ଅଛନ୍ତି । ଏହା ତାଙ୍କ ଗଳାକୁ ପ୍ରଭାବିତ କରୁଛି । ଏହି ରୋଗକୁ ସାମ୍ନା କରିବାକୁ ତାଙ୍କ ବାପା ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ଏବଂ ତାଙ୍କ ପରିବାରରେ ଏଭଳି ଜଣେ ଲିଡରଙ୍କ ପାଇଁ ପରିବାର ଗର୍ବିତ ଥିବା କହିଛନ୍ତି ହ୍ରିତିକ ।

ତେବେ ହ୍ରିତିଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ମାନେ ରାକେଶଙ୍କ ଠିକ ହେବା ପାଇଁ ପ୍ରାର୍ଥନା କରୁଛନ୍ତି । ଏହି ପୋଷ୍ଟରେ ଅଧଘଂଟା ମଧ୍ୟରେ ୩ଲକ୍ଷ ଲୋକ ଲାଇକ ଏବଂ ହଜାର ହଜାର ଲୋକ କମେଂଟ କରି ସାରିଲେଣି ।

କ୍ୟାରିଅର ବିଷୟରେ କହିବାକୁ ଗଲେ ରାକେଶ ରୋଶନ କ୍ରିଶ ୪ପାଇଁ କାମ କରୁଛନ୍ତି ଏବଂ ଏହି ଫିଲ୍ମ କ୍ରିଶମସରେ ରିଲିଜ ହେବ । ଏଥିରେ ହ୍ରିତିକ ସୁପରହିରୋ ଭାବେ ନଜର ଆସିବେ । କ୍ୟାନସର ପୀଡିତା ସୋନାଲୀ ବେନ୍ଦ୍ରେ , ଇରଫାନ ଖାନଙ୍କ ତାଲିକାରେ ଏବେ ରାକେଶଙ୍କ ନାଁ ଯୋଡି ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More