Only for Entertainment

୭୭ ବର୍ଷ ବୟସରେ ହରର ଫିଲ୍ମ ନିର୍ମାତା ତୁଳସୀ ରାମସେଙ୍କ ପରଲୋକ ।

India Today
31

ବଲିଉଡରେ ହରର୍‌ ଫିଲ୍ମର ସମ୍ରାଟ୍‌ ଭାବେ ପରିଚିତ ରାମ୍‌ସେ ବ୍ରଦର୍ସ ଫେମ୍‌ ନିର୍ଦ୍ଦେଶକ ତୁଲସୀ ରାମସେଙ୍କର ମୁମ୍ବାଇରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ସତୁରି ଓ ଅଶି ଦଶକରେ ଅନେକ ଲୋକପ୍ରିୟ ହରର୍‌ ଫିଲ୍ମର ନିର୍ଦ୍ଦେଶନା ହୋଇଥିଲା।

ରାମସେ ବ୍ରଦର୍ସଙ୍କ ମଧ୍ୟରୁ ବଡ଼ ଥିଲେ ତୁଲସୀ ରାମ୍‌ସେ ।ତାଙ୍କର ଅନ୍ୟ ଭାଇମାନେ ହେଲେ ଶ୍ୟାମ,କେଶୁ ,ଅର୍ଜୁନ,ଗାଙ୍ଗୁ ଓ କିରଣ,ରାମସେ ବ୍ରଦର୍ସ ହୋଟେଲ୍‌,ପୁରାନା ମନ୍ଦିର,ତହଖାନା,ବୀରାନା ଓ ବନ୍ଦ ଦରବାଜା ସମେତ ଆହୁରି କେତେକ ଫିଲ୍ମ ନିର୍ମାଣ କରିଥିଲେ। ତୁଲସୀ ରାମ୍‌ସେ ୧୯୯୩ରେ ପ୍ରସାରିତ ହୋଇଥିବା ‘ଜି ହରର୍‌ ସୋ’ର ବି ନିର୍ଦ୍ଦେଶନା ଦେଇଥିଲେ।

୭୭ ବର୍ଷ ବୟସ୍କ ତୁଲସୀ ରାମ୍‌ସେର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ। ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ତାଙ୍କର ଶେଷ କୃତ୍ୟ ମଧ୍ୟ ମୁମ୍ବାଇଠାରେ ସଂପନ୍ନ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More