Only for Entertainment

ବିକ୍ରମ ଭଟ୍ଟଙ୍କ ସହ ଘଟିଥିଲା କିଛି ଏଭଳି , ସୁଟିଂ ସେଟରେ ରାତି ୩.୩୦ରେ ଶୁଭିଥିଲା ଏଭଳି କିଛି ଶବ୍ଦ ଏବଂ ତା’ପରେ ….

23

ପ୍ରସିଦ୍ଧ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ଘୋଷ୍ଟ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ସନାୟା ଇରାନୀ ଏବଂ ଶିବମ ଭାର୍ଗବ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ପ୍ରମୋଶନ ପାଇଁ ନିକଟରେ ସେ ଏକ ସାକ୍ଷାତକାରରେ ଆସିଥିଲେ । ସେହି ସାକ୍ଷାତକାରରେ ନିଜ ସହ ଜଡିତ ଏକ ଭୟାନକ କାହାଣୀ ଶେୟାର କରିଛନ୍ତି ।

ବିକ୍ରମ କହିଛନ୍ତି ଯେ ସୁଟିଂ ପୂର୍ବରୁ ପ୍ରୋଜେକ୍ଟକୁ ନେଇ ମୁମ୍ବାଇର ଏକ ପୁରୁଣା କୋଠାକୁ ସୁଟ ପାଇଁ ଯାଇଥିଲେ । ସେଠାରେ ପାଖାପାଖି ୬ଜଣ ଲୋକ ଥିଲେ । ବିଲ୍ଡିଂର ଯେଉଁ କୋଠରୀରେ ଥିଲେ ସେହି କୋଠରୀରେ କ୍ୟାମେରା ଲାଇଟ ଥିଲା କିନ୍ତୁ ତାଙ୍କର ଠିକ ସାମ୍ନା କୋଠରୀ ପୂରା ଅନ୍ଧାର ଥିଲା । ସେ ସେଠାରେ କ୍ୟାମେରା ସେଟଅପ କରିଥିଲେ ଏବଂ ପ୍ରସ୍ତୁତିରେ ଲାଗିପଡିଥିଲେ । ଏହାମଧ୍ୟରେ ଅଚାନକ ଏକ ସ୍ତ୍ରୀ ଲୋକର ଖୁବ ଜୋର ଚିତ୍କାର କରିବା ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ଶବ୍ଦ ପରେ ପରେ ଆଉ ଏକ ଶବ୍ଦ ଶଶଶ… ଶୁଣିବାକୁ ମିଳିଥିଲା ।

ବିକ୍ରମଙ୍କୁ ଏହା ଥଟ୍ଟା ଭଳି ଲାଗିଥିଲା । ଏହାପରେ ସେ ତାଙ୍କ ପ୍ରୋଜେକ୍ଟ ମ୍ୟାନେଜରକୁ କହିଥିଲେ ଯେ ଏଭଳି ଯିଏ କରୁଛି ତାକୁ ମନା କର ଏମିତି ନ ହେବାକୁ , କିନ୍ତୁ ସେ କହିଥିଲେ ଉପସ୍ଥିତ ଥିବା କେହି ଏଭଳି କରିନାହାନ୍ତି । ଏହାପରେ ସେ ବିଲ୍ଡିର ଚୌକିଦାରଙ୍କୁ ଭେଟ କରିଥିଲେ । ଚୌକିଦାରଙ୍କ ଠାରୁ ଜଣା ପଡିଲା ଯେ, ସବୁବେଳେ ରାତି ୩ଟାରୁ ୩.୩୦ ଭିତରେ କେହି ଗୋଟେ ଚିକô୍ାର କରିବା ଶବ୍ଦ ଶୁଣିବାକୁ ମିଳିଥାଏ ।

ନିର୍ଦ୍ଦେଶକ ଫିଲ୍ମ ରାଜ୍’ରେ ଚିକô୍ାର ଶବ୍ଦ ସେହି କାରଣ ପାଇଁ ଦେଇଥିଲେ , ଯାହା ଶୁଣି ଲୋକମାନେ ଡରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More