Only for Entertainment

ଆଇନ କାନୁନ ମଧ୍ୟରେ ସିଳ୍ପା ଓ ସଲମାନ,ସାମ୍ନାକୁ ଆସିଲା ନୂଆ ସତ୍ୟ ।

bollywoodlife.com
0 45

ବିଗବସ ୧୧ ସିଜନ ଶେଷ ହେଉ ହେଉ ପୁଣି ଏକ ଅସୁବିଧା ସୃଷ୍ଟି ହୋଇଛି ସଲମାନଙ୍କ ସାମ୍ନାରେ । କେବଳ ଏଥିରେ ସଲମାନ ଫସିନାହାଁନ୍ତି ବରଂ ସିଳ୍ପା ସେଟ୍ଟୀ ମଧ୍ୟ ବରାବର ସାଥ ଦେଇଛନ୍ତି । ଏକ ଟିଭି ସୋରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରି ସିଳ୍ପା ଏବଂ ସଲମାନ ଆଇନ କାନୁନ ମଧ୍ୟରେ ଫସି ଯାଇଛନ୍ତି । କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ । ପ୍ରଥମେ ସଲମାନ ରାଜସ୍ଥାନରେ ଏକ ନୋଟିସ ପାଇଥିଲେ,ଆଉ ଏବେ ନୋଟିସ ମୁମ୍ବାଇରେ ମଧ୍ୟ ପହଂଚିଯାଇଛି । ମୁମ୍ବାଇର ଭୋଇବାଡ଼ା କୋର୍ଟରେ ଓକିଲ ନବନୀତ ଭୋଜନେ ଏକ ପିଟିସନ ଦାଖଲ କରିଛନ୍ତି । ଏହା ପୂର୍ବରୁ ନବନୀତ ଭୋଜନେ ବର୍ଲି ବୋଲିସ ଷ୍ଟେସନରେ ମଧ୍ୟ ପହଂଚି ଯାଇଥିଲେ । କିନ୍ତୁ ସେଠାରୁ ତାଙ୍କୁ ଫେରାଇ ଦିଆଯାଇଥିଲା । ପୋଲିସର କହିବା ଅନୁସାରେ ଦୁଇ ଜଣଙ୍କ ବିରୁଦ୍ଧରେ ରାଜସ୍ଥାନର ଚୁରୁ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ଏହାପରେ ଭୋଜନେ କୋର୍ଟରେ ପହଂଚିଥିଲେ । ଏହା ପୂର୍ବରୁ ସଲମାନ ଏବଂ ସିଳ୍ପାଙ୍କ ବିରୋଧରେ ରାଜସ୍ଥାନର ଚୁରୁ ପୋଲିସ ସମନ ଜାରି କରି ୨୨ ଜାନୁୟାରୀକୁ ଥାନାରେ ହାଜର ହେବା ପାଇଁ କହିଥିଲେ । ତେବେ ଟିଭି ସୋରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିବାରୁ ଦୁଇ ଜଣଙ୍କ ବିରୁଦ୍ଧରେ କେସ କରାଯାଇଥିଲା ।

ଜାତିସୂଚକ ଶବ୍ଦର ବ୍ୟବହାର କରିଥିବା ମାମଲାରେ ସିଳ୍ପା ସେଟ୍ଟୀ ୨୩ ଡିସେମ୍ବରକୁ ଟ୍ୱିଟରରେ ଭୁଲ ମାଗିଥିଲେ । ତେବେ ସେ ଲେଖିଥିଲେଯ ଏକ ପୁରୁଣା ଇଂଟରଭ୍ୟୁରେ ତାଙ୍କ ଶବ୍ଦକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି । କିନ୍ତୁ ସେ ଶବ୍ଦ କାହାର ଭାବନାକୁ କଷ୍ଟ ଦେବା ପାଇଁ କହିନଥିବା କଥା ସେ ଲେଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More