Only for Entertainment

ବେବି ଡଲ ସିଙ୍ଗର କନିକା କପୁରଙ୍କ ନାମରେ ଏଫଆଇଆର ।

life and lesson
0 38

ସନି ଲିଓନଙ୍କ ସୁପରହିଟ ଗୀତ ‘ବେବି ଡଲ’ରେ ଭଏସ ଦେଇ ଜନପ୍ରିୟତା ହାସଲ କରିଥିବା ଗାୟିକା କନିକା କପୁର ଆଇନ କାନୁନ ମଧ୍ୟରେ ଫସି ଯାଇଛନ୍ତି । କନିକା ଏବଂ ତାଙ୍କ ମ୍ୟାନେଜରଙ୍କ ବିରୁଦ୍ଧରେ ନୋଏଡାରର ଏକ ଇଭେଂଟ ମ୍ୟାନେଜମେଂଟ କମ୍ପାନୀ ଏଫଆଇଆର ରୁଜୁ କରିଛନ୍ତି ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ମ୍ୟାନେଜମେଂଟ କମ୍ପାନୀର ମାଲିକ ମନୋଜ ଶର୍ମା ସିଙ୍ଗରଙ୍କ ବିରୁଦ୍ଧରେ ପୁଲିସରେ ଏଫଆଇଆର ଦେଇଛନ୍ତିି । ଆରୋପ ଲଗାଯାଇଛିଯେ କନିକାଙ୍କୁ ୨୨ ଜାନୁୟାରୀକୁ ଅଲୀଗଡ଼ର ଏକ ଇଭେଂଟରେ ପର୍ଫମ କରିବାର ଥିଲା । ଯେଉଁଥିପାଇଁ ତାଙ୍କୁ ୨୪.୯୫ଲକ୍ଷ ପେମେଂଟ କରାଯାଇଥିଲା । କିନ୍ତୁ କନିକା ଶୋ’ରେ ପହଂଚି ନଥିଲେ । ଏହା ସହିତ ଟଙ୍କା ଫେରାଇବାକୁ ମନା କରି ଦେଇଥିଲେ । ତାଙ୍କୁ ଦିଆଯାଇଥିବା ଟଙ୍କାରେ ଫ୍ଲାଇଟ ଟିକେଟ ଏବଂ ହୋଟେଲ ଭଡ଼ା ମଧ୍ୟ ସାମିଲ ଥିଲା ।

 


ଏହି ମାମଲାରେ ଅଲୀଗଡ଼ର ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ କହିବା ଅନୁସାରେ କନିକା ଇଭେଂଟ ମ୍ୟାନେଜମେଂଟ କମ୍ପାନୀର ମ୍ୟାନେଜର ସନ୍ତୋଷ ମିଜଗେରଙ୍କ ବିରୁଦ୍ଧରେ ଧାରା ୪୨୦,୪୦୬ ଏବଂ ୫୦୭ ଅନୁସାରେ ମାମଲା ରୁଜୁ କରିଛନ୍ତି ।

କନିକା ଇଭେଂଟରେ ନପହଂଚିବାରୁ ଇଭେଂଟ କମ୍ପାନୀର ନାଁ ମାର୍କେଟରେ ଖୁବ ଖରାପ ହୋଇଛି । ତେଣୁ କମ୍ପାନୀ କନିକାଙ୍କ ବିରୁଦ୍ଧରେ ମାନହାନୀ କେସ କରିବେ ବୋଳି ନିଷ୍ପତ୍ତି ନେଇଥିବା କଥା ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More