Only for Entertainment

ଦିବ୍ୟା ଦତ୍ତାଙ୍କ ବିରୁଦ୍ଧରେ ଏତଲା ଦେଲେ ଓମ ପୁରୀଙ୍କ ପତ୍ନୀ ।

aajtak
0 59

ବଲିଉଡ ଆକ୍ଟର ଓମ ପୁରୀଙ୍କ ନିଧନ ୧ ବର୍ଷରୁ ଅଧିକ ହୋଇ ସାରିଛି । ଓମ ପୁରୀ ଫିଲ୍ମ ବ୍ୟତୀତ ଥିଏଟର କଳାକାର ଭାବରେ ମଧ୍ୟ ବେଶ ପରିଚିତ । ମିଡିଆ ରିପୋର୍ଟ ଅନୁସାରେ ତାଙ୍କ ପତ୍ନୀ ନନ୍ଦିତା ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟା ଦତ୍ତାଙ୍କ ବିରୁଦ୍ଧରେ ଏତଲା ଧେିଚନ୍ତି । ଦିବ୍ୟାଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ନାମ ମଧ୍ୟ ସାମିଲ ରହିଛି ।

ବାସ୍ତବରେ ଏକ ପଂଜାବୀ ପ୍ଲେ କପି ରାଇଟ ଓମ ପୁରୀଙ୍କ କମ୍ପାନୀ ନିକଟରେ ରହିଛି । ଦିବ୍ୟା ଦତ୍ତା ଏହି ପ୍ଲେକୁ ପୁଣିଥରେ ଆରମ୍ଭ କରିବାକୁ ଚାହୁଁଛନ୍ତି । କୌଣସି କାରଣରୁ ସେ ଓମଙ୍କ ପତ୍ନୀଙ୍କ ସହିତ ସଂପର୍କ କରିପାରି ନାହାଁନ୍ତି । କୁହାଯାଉଛି କପି ରାଇଟକୁ ନେଇ ଦିବ୍ୟା ଏବଂ ଓମ ପୁରୀଙ୍କ ପତ୍ନୀ ଉଭୟ ସହମତ ନଥିଲେ । ଯେଉଁ କାରଣରୁ ନନ୍ଦିତା ଏହି ପଦକ୍ଷେପ ନେଲେ ।

ଖବର ଅନୁସାରେ ସହମତି ବିନା ଦିବ୍ୟା ଦତ୍ତା ଏହାର ପ୍ରିମିୟର ୯ ସେପ୍ଟେମ୍ବରକୁ ରଖିଥିଲେ । ଯେଉଁ କାରଣରୁ ରାଗି ଯାଇ ନନ୍ଦିତା ଏତଲା ଦେଇଛନ୍ତି । ଏହା ବ୍ୟତୀତ ନନ୍ଦିତା ଦିବ୍ୟା ଦତ୍ତାଙ୍କ ବ୍ୟତୀତ ଜାଭେଦ ସିଦ୍ଦିକୀ ଏବଂ ଅମରିକ ଗିଲଙ୍କ ବିରଚଦ୍ଧରେ ଏତଲା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More