Only for Entertainment

ବିବାଦରେ ଗାୟକ ଅଭିଜିତ, ମହିଳା ଲଗାଇଲେ ଫୋନରେ ଅଭଦ୍ରାମୀ କରିବାର ଆରୋପ ।

ILHT
0 27

ସିଙ୍ଗର ଅଭିଜିତ ଭଟ୍ଟାଚାର୍ଯ୍ୟ ପୁଣିଥରେ ବିବାଦରେ । ତାଙ୍କ ଉପରେ ଜଣେ ମହିଳା ଆରୋପ ଲଗାଇ କେସ କରିଛନ୍ତି । ଅଭିଜିତଙ୍କ ବିରୋଧରେ ଜଣେ ମହିଳା ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବାର ଆରୋପ ଲଗାଇଛନ୍ତି । ମହିଳାଙ୍କ କହିବା ଅନୁସାରେ ଅଭିଜିତ ଟେଲିଫୋନରେ ତାଙ୍କ ସହିତ ଅସଭ୍ୟ ଭାଷାରେ କଥାବାର୍ତ୍ତା କରିଥିଲେ ।

ମହିଳା ଜଣଙ୍କ ମୁମ୍ବାଇର ଅମ୍ବୋଲି ଥାନାରେ ଅଭିଜିତଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ପୁଲିସ ଆଇପିସି ଧାରା ୫୦୯ ଏବଂ ଧାରା ୫୦୬ ଅନୁସାରେ ମାମଲା ରୁଡୁ କରିଛନ୍ତି । ପୁଲିସର କହିବା ଅନୁସାରେ ସୋସାଇଟିରେ ହୋଉଥିବା ଡ୍ରିଲିଂ କାମକୁ ନେଇ ଅଭିଜିତ ବେଂ ମହିଳାଙ୍କ ମଧ୍ୟରେ ବସଚା ହୋଇଥିଲା । ମହିଳା ଆରୋପ ଲଗାଇଛନ୍ତି ଯେ ଅଭିଜିତ ତାଙ୍କୁ ଗାଳି ଗୁଲଜ କରିଛନ୍ତି ।

ଅନ୍ୟପକ୍ଷରେ ଅଭିଜିତ ଏହି ଆରୋପକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମହିଳା ଜଣଙ୍କ ପଇସା ପାଇଁ ମୋତେ ଧମକ ଦେଇଛନ୍ତି । ଅଭିଜିତ ଏହା ମଧ୍ୟ ଆରୋପ ଲଗାଇଛନ୍ତି ଯେ ମହିଳା ଜଣଙ୍କ ସେକେଣ୍ଡ ଫ୍ଲୋରରେ ଅବୈଧ ନିର୍ମାଣ କାର୍ଯ୍ୟ କରୁଥିଲେ । ପୁଲିସ ଏବେ ଏହି ମାମଲାର ଜାଂଚ କରୁଛି । ଏହା ପ୍ରଥମଥର ନୁହେଁ ଯେ ଅଭିଜିତଙ୍କ ଉପରେ ଆରୋପ ଲଗାଯାଇଛି । ଏହା ପୂର୍ବରୁ ମଧ୍ୟ ତାଙ୍କ ଉପରେ ଅନେକ ଆରୋପ ଲଗାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More