Only for Entertainment

ସଲମାନଙ୍କ ଉପରେ ଲଗାଇଥିଲେ କ୍ୟାରିଅର ବର୍ବାଦ କରିବାର ଦୋଷ,ଏବେ ରୁଜୁ ହେଲା ମାମଲା ।

news18
0 42

ପୂର୍ବ ବିଗବସ ପ୍ରତିଯୋଗୀ ଆକାଶ ଦୀପ ସେହଗଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ୨ ଜଣ ଅଟୋ ରିକ୍ସା ଡ୍ରାଇଭରଙ୍କୁ ପିଟିଥିବା ଆରୋପ ଲଗାଯାଇଛି । ଆକାଶ ଶାଶ ଭି କଭି ବହୁ ଥି ମେଗା ଧାରାବହିକରେ ନେଗେଟିଭ ଚରିତ୍ରରେ ନଜର ଆସିଥିଲେ । ଏହାପରେ ସେ କିଛି ଟିଭି ଶୋ କରିଥିଲେ ଏବଂ ପରେ ବିଗବସରେ ନଜର ଆସିଥିଲେ । କିଛି ଦିନ ହେବ ସେ ଛୋଟ ପରଦାରୁ ଦୂରେଇ ରହିଛନ୍ତି । କିଛି ବର୍ଷ ପୂର୍ବରୁ ଆକାଶ ଦୀପ ସଲମାନଙ୍କ ଉପରେ କ୍ୟାରଅର ବରବାଦ କରିଥିବାର ଦୋଷ ଲଗାଇଥିଲେ ।

ଏକ ମିଡିଆ ରିପୋର୍ଟ ଅନୁସାରେ ଏକ ଅଟୋ ରିକ୍ସା ବାଲାଙ୍କୁ ପିଟିଥିବା ଅଭିଯୋଗରେ ବାନ୍ଦ୍ରା ପୋଲିସ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଟୋ ରିକ୍ସା ବାଲା ଦାବି କରିଛନ୍ତିଯେ ଆକାଶ ଭୁଲ ପାଶ୍ୱର୍ରେ ଗାଡ଼ି ଚଲାଉଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More