Only for Entertainment

‘ଭାବିଜୀ ଘର ପର ହେ’ ଫେମ ସୌମ୍ୟା ଟଣ୍ଡନଙ୍କ ଘରେ ଲାଗିଲା ନିଆଁ, ଦେଖନ୍ତୁ ଫଟୋ

India
23

ଟିଭି ଶୋ’ ‘ଭାବିଜୀ ଘର ପର ହେ’ ଫେମ ଅଭିନେତ୍ରୀ ସୌମ୍ୟା ଟଣ୍ଡନଙ୍କ ଘରେ ନିଆଁ ଲାଗିଯାଇଛି । ଅଭିନେତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ସୂଚନା ଦେଇଛନ୍ତି । ସୌମ୍ୟା ଜଳିଯାଇଥିବା ଘରର କିଛି ଫଟୋ ସେୟାର କରିଛନ୍ତି । ଲିକ୍ୱିଡ ରିପେଲାଣ୍ଟରେ ଏହି ନିଆଁ ଲାଗିଥିବା ଜଣାପଡିଛି । ଏହି ଘଟଣାରେ ସୌମ୍ୟା ଏବଂ ତାଙ୍କ ପରିବାରର କୌଣସି କ୍ଷତି ହୋଇନାହିଁ । କେବଳ ସୌମ୍ୟାଙ୍କୁ ମାମୁଲି ଆଘାତ ଲାଗିଛି ।

ସୌମ୍ୟା ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ ମୋ ଘରେ ନିଆଁ ଲାଗିଯାଇଛି । ଏହି ଘଟଣା ପରେ ୩ଟି ଜିନିଷ ଶିଖିବାକୁ ମିଳିଲା । ପ୍ରଥମ ବେଡ ପାଖରେ ମସା ମିରିବା କଏଲ ଜଳାଇ ଶୋଇବା କଥା ନୁହେଁ । ଲିକ୍ୱିଡ ଶେଶଷ ହେବା ପରେ ସ୍ୱିଚ ଅନ କରି ରଖନ୍ତୁ ନାହିଁ । ଦ୍ୱିତୀୟ, ଧ୍ୟାନ ରଖନ୍ତୁ ଯେପରି ଲୁଜ କନେକ୍ସନ ନ ରୁହେ । ତୃତୀୟ, ନିଆଁ ଲିଭାଇବା ଉପକରଣ ବ୍ୟବହାର କରନ୍ତୁ । ’

ଏହା ପରେ ଅଭିନେତ୍ରୀ ଆଉ ଏକ ଟ୍ୱିଟ କରି ଲେଖିଥିଲେ, ବହୁତ ଭୁଲ, ଏବଂ ଏକେ ଖାମଖିଆଲି କରାଯାଇଛି, ଲିକ୍ୱିଡ ରିପେଲେଣ୍ଟ । ଏହା ପରେ ସୌମ୍ୟାଙ୍କ ଫ୍ୟାନ୍ସ ତାଙ୍କୁ ସତର୍କ ରହିବା ପାଇଁ କହିଛନ୍ତି ।

କହିରଖୁଛୁ ଯେ, ନିକଟରେ ସୌମ୍ୟା ପୁଅ ମିରାନଙ୍କୁ ଜନ୍ମ ଦେଇଛନ୍ତି । ଫ୍ୟାନ୍ସଙ୍କ ସଜେସନରେ ସେ ପୁଅର ଏହି ନାମକୁ ବାଛିଛନ୍ତି । ପ୍ରେଗ୍ନେନ୍ସ କାରଣରୁ ସେ କିଛି ସମୟରୁ ଶୋ’ରେ ନଜର ଆସିନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More