Only for Entertainment

ଗୁଜୁରାଟର ବୃନ୍ଦାବନ ଷ୍ଟୁଡିଓରେ ନିଆଁ ଲାଗି ଜଳିଗଲା ମୂଲ୍ୟବାନ ସେଟ୍ ।

aajtak
0 51

ଦକ୍ଷିଣ ଗୁଜୁରାଟର ବଲସାଡ ଜିଲ୍ଲାରେ ଅବସ୍ଥିତ ବୃନ୍ଦବାନ ଫିଲ୍ମ ଷ୍ଟୁଡିଓ ଗୁରୁବାର ବିଳମ୍ବ ରାତିରେ ନିଆଁ ଲାଗିଯାଇଛି । ଏହା ଦ୍ୱାରା ଫାଇବରରେ ନିର୍ମିତ ଏକ ଭବ୍ୟ ସେଟ ଜଳିଯାଇଛି । ଅବଶ୍ୟ କୌଣସି ପ୍ରକାରର ଜନହାନୀ ହୋଇନାହିଁ ।
ବଲସାଡର ଉମରଗାଁ ତହସିଲ ସ୍ଥିତ ବୃନ୍ଦବନ ଷ୍ଟୁଡିଓ ହଠାତ ନିଆଁ ସଂସ୍ପର୍ଶରେ ଆସିଗଲା । ଏହି ଷ୍ଟୁଡିଓରେ କେତେକ ପପୁଲାର ସିରିଅଲ ଏବଂ ଫିଲ୍ମର ସୁଟିଂ ହୋଇଛି ।

ନିଆଁକୁ କାବୁ କରିବା ପାଇଁ ୪ଟି ଦମକଳ ପହଂଚିଥିଲା । ସବୁଠାରୁ ଭଲ କଥା ହେଉଛିଯେ ନିଆଁ ଲାଗିବା ସମୟରେ କୌଣସି ଫିଲ୍ମ କିମ୍ବା ସିରିଅଲର ସୁଟିଂ ନଥିଲା । ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଏହି ଷ୍ଟୁଡିଓରେ ରାମାୟଣ,ମହାଭାରତ,ଶନି,ରଜିୟା ସୁଲତାନ ଏବଂ ଶ୍ରୀକୃଷ୍ଣ ଭଳି ସିରିଅଲ ସୁଟ ହୋଇଛି । ଏହା ୪୦ ଏକରରେ ୮ କିମି ପର୍ଯ୍ୟନ୍ତ ବ୍ୟାପିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More