Only for Entertainment

ବଲିଉଡର ଦବଙ୍ଗ ହିରୋ, ଯିଏକି ମୁଶରଫଙ୍କୁ ପାକିସ୍ତାନରେ ହିଁ ଦୋହଲାଇ ଦେଇଥିଲେ ।

DNA India
0 33

ଆଫଗାନିସ୍ତାନରୁ ବିସ୍ଥାପିତ ହୋଇଥିବା ଏକ ମୁସଲିମ ପରିବାରରେ ୨୫ସେପ୍ଟେମ୍ବରରେ ଫିରୋଜ ଖାନଙ୍କ ଜନ୍ମ ହୋଇଥିଲା । ତାଙ୍କର ପରିବାର ଗଜନୀର ବାସିନ୍ଦା ଥିଲେ । ଫିରୋଜ ଖାନଙ୍କ ଅନ୍ଦାଜ କିଛି ଭିନ୍ନ ହିଁ ଥିଲା ଫିଲ୍ମ ଜଗତରେ । ତାଙ୍କର ଷ୍ଟାଇଲ ଏବଂ କଥା କହିବା ଅନ୍ଦାଜ ଦର୍ଶକଙ୍କୁ ଖୁବ ପସନ୍ଦ ଥିଲା । ହିରୋ ଭୂମିକାରେ ଦର୍ଶକ ପସନ୍ଦ କରିଥିଲେ , ମାତ୍ର ଦର୍ଶକ ଭିଲେନ ଭୂମିକାରେ ଦର୍ଶକ ଅଧିକ ପସନ୍ଦ କରିଥିଲେ ।

ଫିରୋଜ ତାଙ୍କ ମୁହଁଖୋର ବୟାନ ପାଇଁ ମଧ୍ୟ ଚାରିଆଡେ ପରିଚିତ । ତାଙ୍କର ଏକ ବୟାନ ଯୋଗୁଁ ୨୦୦୬ରେ ପାକିସ୍ତାନର ରାଷ୍ଟ୍ରପତି ଜନରଲ ପରବେଜ ମୁଶରଫ ତାଙ୍କୁ ପାକିସ୍ତାନ ଆସିବାକୁ ରୋକ ଲଗାଇଥିଲେ । ଅସଲରେ ଫିରୋଜ ଯେତେବେଳେ ତାଙ୍କ ଭାଇ ଅକବର ଖାନଙ୍କ ଫିଲ୍ମ ତାଜମହଲ ରିଲିଜ ପାଇଁ ଲାହୋର ଯାଇଥିଲେ , ସେଠାରେ ସେ ପାକିସ୍ତାନ ଏବଂ ଭାରତରେ ଥିବା ମୁସଲମାନ ସ୍ଥିତି କୁ ନେଇ ତାଙ୍କର ମତ ଦେଇଥିଲେ ।

ତାଙ୍କୁ ଏକ କାର୍ଯ୍ୟକ୍ରମରେ ଭାରତରେ ମୁସଲମାନଙ୍କ ଖରାପ ଅବସ୍ଥାକୁ ନେଇ ପ୍ରଶ୍ନ କରାଯାଇଥିଲା ମାତ୍ର ସେ ତାଙ୍କ ଉତ୍ତରର କହିଥିଲେ ଯେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏବଂ ଏଠାରେ ମୁସଲମାନ ପ୍ରଗତି କରୁଛନ୍ତି । ଏଠାରେ ରାଷ୍ଟ୍ରପତି ମୁସଲମାନ ଏବଂ ପ୍ରଧାନମନ୍ତ୍ରୀ ଶିଖ ଅଟନ୍ତି । ପାକିସ୍ତାନ ଇସ୍ଲାମଙ୍କ ନାଁରେ ନିର୍ମିତ ହୋଇଥିଲା ମାତ୍ର ଦେଖନ୍ତୁ ଏହାର ପରିସ୍ଥିତି, ଦୁହେଁ ଦୁହିଁଙ୍କୁ ମାରୁଛନ୍ତି । ତାଙ୍କର ଏହି ବେବାକ ବୟାନ ଯୋଗୁଁ ପାକିସ୍ତାନରେ ତେହେଲକା ମଚିଯାଇଥିଲା । ସେହି ସମୟରେ ମନମୋହନ ସିଂ ଥିଲେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଥିଲେ ଅବଦୁଲ କଲାମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More