Only for Entertainment

ପ୍ରଥମ ଡେଟରେ କ’ଣ ପିନ୍ଧିବେ, ଆପଣାନ୍ତୁ କିଛି ଟିପ୍ସ ।

India
49

ପ୍ରଥମ ଡେଟ, ପ୍ରଥମ ଚାକିରିର ସାକ୍ଷାତକାର ଆଦି ସବୁବେଳେ ଖାସ ହୋଇଥାଏ । କୁହାଯାଏ ଯେ, ଫାଷ୍ଟ ଇମ୍ପ୍ରେସନ ଇଜ ଦ ଲାଷ୍ଟ ଇମ୍ପ୍ରେସନ ଏହାର ଅର୍ଥ ହେଉଛି ପ୍ରଥମ ଥର ପାଇଁ ଆପଣ ଆପଣଙ୍କୁ ଯେଭଳି ଭାବେ ଉପସ୍ଥାପିତ କରିଥିଲେ ତାହା ସବୁବେଳ ପାଇଁ ରହିଥାଏ । ସାଧାରଣତଃ ପ୍ରଥମ ଦେଖାରେ ନଜର ପଡିଥାଏ ପୋଷାକ ଉପରେ ।

ତେଣୁ ଯଦି ଆପଣ ପ୍ରଥମ ଥର ପାଇଁ ଡେଟରେ ଯାଉଛନ୍ତି, ତେବେ ଲାଟେଷ୍ଟ ଟ୍ରେଣ୍ଡର କୌଣସି ପୋଷାକ ପିନ୍ଧିବାର ଆବଶ୍ୟକତା ନାହିଁ । ପ୍ରଥମ ସାକ୍ଷାତ ସବୁବେଳେ ବ୍ୟକ୍ତିଗତ ଧାରା ଓ ଆଚରଣକୁ ଫୋକସ କରିଥାଏ । ନିଜକୁ ଫେସନ ଦେଖାଇବା ପାଇଁ ଭିନ୍ନ ପ୍ରକାରର ପୋଷାକ ପିନ୍ଧିଲେ ଏହା ଅନେକ ସମୟରେ ଭୁଲ ବୋଲି ପ୍ରମାଣିତ ହୋଇଥାଏ । ତେଣୁ ନିଜକୁ ଆରାମଦାୟକ ଲାଗୁଥିବା ପୋଷାକ ପିନ୍ଧି ପ୍ରଥମ ଡେଟରେ ଯିବା ଦରକାର ।

ଅନେକ ସମୟରେ ଡେଟକୁ ଯାଉଥିବା ସ୍ଥାନ ଉପରେ ମଧ୍ୟ କେଉଁ ପ୍ରକାରର ପୋଷାକ ପିନ୍ଧା ଯିବା ଦରକାର ତାହା ନିର୍ଭର କରିଥାଏ । ଫିଲ୍ମହଲ, ସପିଂମଲ, ପାର୍କ, ରେଷ୍ଟୁରାଣ୍ଟକୁ ଗୋଟିଏ ପ୍ରକାର ପୋଷାକ ପିନ୍ଧିଯିବା ଠିକ ନୁହେଁ ।

ଯଦି ଆପଣ ପାର୍କକୁ ଡେଟରେ ଯାଉଛନ୍ତି ସେଠି ଯଦି କୋର୍ଟ-ପ୍ୟାଣ୍ଟ ପିନ୍ଧି ଯିବେ ତେବେ ଏହା ଆପଣଙ୍କୁ ମାନିବ ନାହିଁ । ସେହିପରି ପ୍ରଥମ ଡେଟରେ ଭଲ ଦେଖାଯିବାର ଚକ୍କରରେ ଅଧିକ ମେକଅପ ନେବା ମଧ୍ୟ ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More