Only for Entertainment

ଭଲ୍ଲାଲଦେବଙ୍କ ନୂଆ ଅବତାର । ‘ହାତୀ ମେରେ ସାଥୀ’ରେ ଆସିବେ ନଜର

LazerTecNoLogia
0 28

ବହୁ ପ୍ରତିକ୍ଷିତ ସିନେମା ‘ବାହୁବଳୀ’ରେ ଭଲ୍ଲାଲଦେବ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ସାଉଂଟିଥିବା ରାଣା ଦଗୁବତି ଏବେ ନିଜ ଆଗାମୀ ସିନେମାକୁ ଖୁବ୍ ବ୍ୟସ୍ତ ଅଛନ୍ତି । ସୁପରଷ୍ଟାର ରାଜେଶ ଖାନାଙ୍କ ସିନେମା ‘ହାତୀ ମେରେ ସାଥୀ’ର ରିମେକରେ ନଜର ଆସିବେ ରାଣା ଦଗୁବତି । ତେବେ ‘ହାତୀ ମେରେ ସାଥୀ’ ସିନେମାଟି ୧୯୭୧ ମସିହାର ସବୁଠାରୁ ହିଟ ସିନେମା ରହିଥିଲା ।

ରାଣା ଦଗୁବତି ଟୁଇଟ୍ କରି ସିନେମାର ପ୍ରଥମ ପୋଷ୍ଟରକୁ ଶେୟାର କରିଛନ୍ତି । ସେ ଟୁଇଟ କରି ଲେଖିଛନ୍ତି ‘ନୂଆବର୍ଷରେ ନୂଆ କାହାଣୀ କହିବା ପାଇଁ ପ୍ରସ୍ତୁତ’ । ତେବେ ଏହି ଫିଲ୍ମକୁ ତାମିଲ ନିର୍ଦ୍ଦେଶକ ପ୍ରଭୁ ସୋଲୋମନ ନିର୍ଦ୍ଦେଶନା ଦେବେ । ପୋଷ୍ଟରରେ ରାଣା ଦଗୁବତି ହାତୀ ସହିତ ପୋଜ ଦେଉଥିବା ନଜର ଆସିଛନ୍ତି ।

ଏହା ପୂର୍ବରୁ ରାଣା ଟୁଇଟ କରି ଫିଲ୍ମର ଲୋଗୋକୁ ରିଲିଜ କରି ଲେଖିଥିଲେ ‘ମୋର ଆଗାମୀ ଫିଲ୍ମ ଆସିଯାଇଛି !! ହାତୀ ମେରେ ସାଥୀ । ଏହାର ଫାଷ୍ଟ ଲୁକ ୧ ଜାନୁଆରୀ ୨୦୧୮ କୁ ରିଲିଜ କରାଯିବ ।’ ଏହି ଫିଲ୍ମ ହିନ୍ଦୀ, ତେଲଗୁ ଓ ତାମିଲ ଭାଷାରେ ରିଲିଜ କରାଯିବ । ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହାସହ ଫିଲ୍ମର ସୁଟିଂ ଥାଇଲ୍ୟାଣ୍ଡରେ କରାଯାଇଛି ଏବଂ ଏହା ଦୀପାବଳୀରେ ରିଲିଜ କରାଯିବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More