Only for Entertainment

ରିଲିଜ ହେଲା ‘ନମସ୍ତେ ଇଂଲଣ୍ଡ’ର ଫାଷ୍ଟ ଲୁକ

The Indian Express
0 43

ରିଲିଜ୍ ହେଇଛି ଅପ୍ କମିଙ୍ଗ୍ ଫିଲ୍ମ ନମସ୍ତେ ଇଂଲଣ୍ଡର ଫାଷ୍ଟ୍ ଲୁକ୍ । ଏଥିରେ ଅର୍ଜୁନ୍ କପୁର ଓ ପରିଣୀତି ଚୋପ୍ରାଙ୍କ ଇଂଟରେଷ୍ଟିଙ୍ଗ୍ କେମିଷ୍ଟ୍ରୀ ନଜର ଆସିଛି । ପୂର୍ବରୁ ଫିଲ୍ମ ‘ଇସକ୍ଜାଦେ’ ଜରିଆରେ ଦୁହେଁ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର୍ କରିଥିଲେ । ଏବେ ଫିଲ୍ମ ନମସ୍ତେ ଲଣ୍ଡନ୍ ଜରିଆରେ ଏ ଦୁହିଁଙ୍କ ଯୋଡି ପୁଣିଥରେ ପରଦାକୁ ଫେରୁଛି । ଅମୃତସରରେ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ଦୁହେଁ ଅର୍ଜୁନ୍ ଓ ପରିଣୀତି ଏହି ଫିଲ୍ମର ପୋଷ୍ଟର୍ କୁ ସୋସିଆଲ୍ ମିଡିଆରେ ଶେୟାର୍ କରିବା ସହ ନିଜର ଏକ୍ସାଇଟ୍ ମେଂଟ୍ କୁ ମଧ୍ୟ ନିଜ ଫ୍ୟାନ୍ ମାନଙ୍କ ସହ ଶେୟାର୍ କରିଛନ୍ତି । ପୋଷ୍ଟରରେ ଦୁହେଁ ଏରୋପ୍ଲେନ ଉପରେ ବସିଥିବା ନଜର ଆସିଛନ୍ତି । ତେବେ ଫିଲ୍ମର ଫାଷ୍ଟ୍ ଲୁକ୍ ରିଲିଜ ହେବା ସହ ଏହାର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରିଦିଆଯାଇଛି । ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୭ ତାରିଖରେ ରିଲିଜ୍ ହେବାର ଯୋଜନା ରହିଛି ।

parineeti chopra, arjun kapoor

ସୂଚନା ଅନୁସାରେ ଫିଲ୍ମର କାହାଣୀ ପଂଜାବର ଅୁମୃତସର ଏବଂ ଲୁଧିୟାନାରୁ ଆରମ୍ଭ ହେବ । ଫିଲ୍ମର କିଛି ଅଂଶ ବେଲଜିୟମର ବ୍ରସେଲ୍ସରେ ସୁଟିଂ କରାଯିବ । ଏହା ବ୍ୟତୀତ ଫିଲ୍ମର କିଛି ସିନକୁ ଲଣ୍ଡନ ଏବଂ ମୁମ୍ବାଇରେ ମଧ୍ୟ କରାଯିବାର ଯୋଜନା ରହିଛି ।

ଏହି ଫିଲ୍ମରେ ଅର୍ଜୁନ ଏବଂ ପରିଣିତି ତୃତୀୟ ଥର ପାଇଁ ଏକାଠି ଅଭିନୟ କରିବା ପାଇଁ ଯାଉଛନ୍ତି । ଏହା ପୂର୍ବରି ଏହି ଯୋଡି ‘ଇସକଜାଦେ’ରେ ନଜର ଆସିଥିଲେ । ଏବଂ ଏହି ଦୁଇ ଜଣ ନିକଟରେ ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ସନ୍ଦୀପ ଔର ଫିଙ୍କି ଫରାର’ର ସୁଟିଂ ଶେଷ କରିଛନ୍ତି । ସେହିପରି ବିପୁଲ ଶାହାଙ୍କର ‘ନମସ୍ତେ ଇଂଲଣ୍ଡ’ର ସୁଟିଂ ଆରମ୍ଭ ଦେବାକୁ ଯାଉଛି । ସୂଚନା ଅନୁସାରେ ସୁଟିଂ ଆରମ୍ଭ ହେବା ପୂର୍ବରୁ ଅର୍ଜୁନ ଏବଂ ପରିଣୀତି ସ୍ୱର୍ଣ୍ଣ ମନ୍ଦିର ଯାଇ ପୂଜା ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More