ସାମ୍ନାକୁ ଆସିଲା ‘ବିଗ ବସ-୧୩’ ସେଟର ଫଟୋ, ଦେଖନ୍ତୁ
ପ୍ରତି ଥର ବିଗ୍ ବସ୍ ଶୋ ଲୋନାବାଲାରେ ସୁଟିଙ୍ଗ୍ କରାଯାଏ। କିନ୍ତୁ ଏଥର କିଛି ଖାସ୍ ହୋଇଛି। ଚଳିତବର୍ଷ ମୁମ୍ବାଇରେ ବିଗ ବସ ହାଉସର ନିର୍ମାଣ କରାଯାଇଛି । ସୁଟିଙ୍ଗ୍ ପାଇଁ ପ୍ରସ୍ତୁତ କରାଯାଇଥିବା ବିଗ୍ ବସ୍ ସେଟର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। ୧୮ ହଜାର ବର୍ଗଫୁଟରେ ନିର୍ମିତ ଏହି ଘରେ ପ୍ରତିଯୋଗୀମାନଙ୍କ ଉପରେ ଧ୍ୟାନ ରଖିବା ପାଇଁ ୯୩ଟି କ୍ୟାମେରା ଲଗାଯିବ। ‘ବିଗ୍ବସ୍’ର ନୂଆ ସିଜିନ୍ ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ।
ବିଗ୍ ବସ୍ ଘରେ ପ୍ରବେଶ କରିବା ସମୟରେ ଦୁଇଟି ବି ଆକାରର ଦ୍ଵାର ପଡିବ। ଏହା ବିଗ୍ ବସର ଥିମକୁ ଦର୍ଶାଉଛି। ୨୦ ଫୁଟ ଉଚ୍ଚର ଏହି ଦ୍ଵାର ଫୁଲ ଗଛରେ ସଜା ଯାଇଛି । ଘରର ସବୁଠୁ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ହେଉଛି ଲିଭିଙ୍ଗ୍ ରୁମ୍। ଏହି ସ୍ଥାନରେ ସବୁ ପ୍ରକାରର ଟାସ୍କ ପଢାଯାଏ। ଏଠାରେ ଆପୋସ ଆଲୋଚନା ଏବଂ ଟଣା ଓଟୋରା ଦେଖିବାକୁ ମିଳେ। ତେବେ ଏଥର ଲିଭିଙ୍ଗ ରୁମ୍ କଲରଫୁଲ ରହିଛି। ବିଭିନ୍ନ ଚିତ୍ର ମଧ୍ୟ ଲଗାଯାଇଛି। ସେଥିରୁ ଗୋଟିଏ ଚିତ୍ର ବିଗ୍ ବସର ଆଖି ରହିଛି। ଲିଭିଙ୍ଗ୍ ରୁମକୁ ରୋଷେଇ ଘର ସହ ଯୋଡାଯାଇଛି। ବେଡ୍ ରୁମର ଛାତରେ ସତରଞ୍ଜ ଲୁକ୍ ଦିଆଯାଇଛି। ଏହି ରୁମକୁ ଲାଗି କାଚର କାନ୍ଥ ଅଛି। ଭିତରେ ବହୁ ବେଡ୍ ଥିବା ଦେଖାଯାଇଛି।
ଡାଇନି ଙ୍ଗ୍ ରୁମରେ ବିଭିନ୍ନ ରଙ୍ଗ ବେରଙ୍ଗର ଚୌକି ପଡିଛି। କାନ୍ଥରେ ପଶୁପକ୍ଷୀଙ୍କର ଚିତ୍ର ଅଙ୍କା ଯାଇଛି। ଏତଦ୍ ବ୍ୟତୀତ ବାର୍ଥ ରୁମର ଛାତରେ ଲାଇଟର ଝାଲର ଲଗାଯାଇଛି।
ଇତି ମଧ୍ୟରେ ‘ବିଗବସ୍-୧୩’ର କେତେ ଜଣ ପ୍ରତିଯୋଗୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ସେମାନଙ୍କ ଭିତରେ ଦେବୋଲିନା ଭଟ୍ଟାଚାର୍ଯ୍ୟ, ଆରତି ସିଂହ, ଦଲଜିତ୍ କୌର୍, ରଶ୍ମି ଦେଶାଇ, ସିଦ୍ଧାର୍ଥ ଶୁକ୍ଲା ଓ ଅରହାନ୍ ଖାନ୍ ଅଛନ୍ତି। କୁହାଯାଉଛି, ଏଥର ବିଗ୍ବସ୍ରେ ବଲିଉଡ୍ ଅଭିନେତ୍ରୀ କୋଇନା ମିତ୍ରା ମଧ୍ୟ ଭାଗ ନେବେ।