Only for Entertainment

୨୦୧୮ର ପ୍ରଥମ ଚନ୍ଦ୍ରଗ୍ରହଣ : ଜାଣନ୍ତୁ କେଉଁ ରାଶି ଉପରେ କଣ ପ୍ରଭାବ ।

snopes.com
0 45

୨୦୧୮ର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁଆରୀ ୩୧ ତାରିଖରେ ପଡୁଛି । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ମାଘ ଶୁକ୍ଳ ପୂର୍ଣ୍ଣିମାରେ ପଡୁଥିବା ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଉତ୍ତର-ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର-ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଉତ୍ତର-ପଶ୍ଚିମ ଦକ୍ଷିଣ ଆମେରିକା, ପେସିଫିକ, ଆଣ୍ଟଲାଟିକ, ହିନ୍ଦ ମହାସାଗର, ଆର୍କଟିକ, ଆଣ୍ଟାର୍କଟିକାରେ ଦେଖି ହେବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ପ୍ରାୟ ୫ଟା ୫୫ ମିନିଟ୍ରେ ଆରମ୍ଭ ହୋଇ ୮ଟା ୪୦ରେ ଶେଷ ହେବ।
ପୂର୍ବ ଭାରତ, ଆସାମ, ନାଗାଲ୍ୟାଣ୍ଡ, ମିଜୋରାମ, ସିକ୍କିମ ଓ ୱେଷ୍ଟବେଙ୍ଗଲର ପୂର୍ବ କ୍ଷେତ୍ରରେ ଗ୍ରହଣ ପୂର୍ବରୁ ଚନ୍ଦ୍ର ଉଦୟ ହୋଇଯିବେ। ଏଥିପାଇଁ ଏହି ଅଞ୍ଚଳରେ ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଦେଖିହେବ।
ଗ୍ରହଣ ସମୟରେ ଚାଉଳ, ଅଟା, ଡାଲି, ପୋଷାକ, ଫଳ ଦାନ କରନ୍ତୁ, ସମସ୍ୟା ଦୂର ହେବ।
ଆସନ୍ତୁ ଜାଣିବା ଏହି ଚନ୍ଦ୍ର ଗ୍ରହଣ କେଉଁ ରାଶି ଉପରେ କି ପ୍ରକାର ପ୍ରଭାବ ପକାଇବ।
ମେଷ: ଗ୍ରହଣର ପ୍ରଭାବରେ ଆପଣଙ୍କୁ ଚାକିରି ଓ ବ୍ୟବସାୟୀରେ ସଫଳତା ମିଳିବ। ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ବଡ଼ ଧରଣର ଲାଭ ହେବାର ଅସମ୍ଭାବନା ରହିଛି।

ବୃଷ: ଏହି ଗ୍ରହଣର ଅଶୁଭ ବୃଷ ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ ନାହିଁ। ଏଥିପାଇଁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଗ୍ରହଣକୁ ଶୁଭ କୁହାଯାଇପାରିବ। ଗ୍ରହଣ ସମୟରେ ଆପଣଙ୍କୁ ହଠାତ୍ ଲାଭ ମିଳିପାରେ। ସାଙ୍ଗରେ କାମ କରୁଥିବା ବ୍ୟକ୍ତି କିମ୍ବା ଆଖପାଖରେ ରହୁଥିବା ବ୍ୟକ୍ତିଙ୍କ ପାଖରୁ ସହଯୋଗ ପାଇବେ। ଚାକିରି ଓ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଭଲ।

ମିଥୁନ: ଗ୍ରହଣ ବେଳେ ଏହି ରାଶିର ବ୍ୟକ୍ତିଙ୍କୁ ସାବଧାନ ରହିବା ଆବଶ୍ୟକ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଗ୍ରହଣର ଅଶୁଭ ପ୍ରଭାବ ପଡ଼ିବ। ଫଳରେ ଆପଣଙ୍କ ଧନହନୀର ସମ୍ଭାବନା ରହିଛି। ତେଣୁ ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରିବେ। କୌଣସି କଥାକୁ ନେଇ ଚିନ୍ତାରେ ରହିପାରନ୍ତି। ଜରୁରୀ କାମକୁ ନେଇ ଦୂର ଯାତ୍ରା କରିପାରନ୍ତି, ହେଲେ ଏଥିରେ ଆପଣଙ୍କୁ କିଛି ଲାଭ ମିଳିବାର ସମ୍ଭାବନା ବହୁତ କମ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ଉପରେ ଗ୍ରହଣର ଖରାପ ପ୍ରଭାବ ପଡ଼ିବ। ଦୁର୍ଘଟଣା ଓ ବେମାରୀରେ ପଡ଼ି ପାରନ୍ତି। ଗାଡ଼ି ଚଲାଇବା ବେଳେ ସାମଧାନ ରହିବେ। ଜରୁରୀ କାର୍ୟ୍ୟ ଥିଲେ ଭାବିଚିନ୍ତି କରନ୍ତୁ, ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ସିଂହ: ଗ୍ରହଣ ଯୋଗୁଁ ଧନହାନୀର ସମ୍ଭାବନା ରହିଛି। ଆପଣଙ୍କ ରାଶି ଉପରେ ଏହାର ଅଶୁଭ ପ୍ରଭାବ ପଡ଼ିପାରେ। ଫଳରେ ଆପଣଙ୍କ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ। ଘରେ ମଧ୍ୟ ବିବାଦ ଦେଖାଯିବାର ସମ୍ଭାବନା ରହିଛି। ଆର୍ଥିକ କ୍ଷତିରେ ପଡ଼ିପାରନ୍ତି। ଅଯଥା କଥାକୁ ନେଇ ଚିନ୍ତା ବଢ଼ିବ।

କନ୍ୟା: ଗ୍ରହଣର ଅଶୁଭ ପ୍ରଭାବ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବ ନାହିଁ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ସାହସ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ପରିବାର ସହ ସମୟ ବିତାଇବେ। ଆଖପାଖକୁ ଯାତ୍ରା କରିପାନ୍ତି।

ତୁଳା: ଆପଣଙ୍କ ରାଶି ଉପରେ ଗ୍ରହଣର ପ୍ରଭାବ ଭଲ ରହିବ ନାହିଁ। ସଫଳତା ପାଇବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଘରେ ମଧ୍ୟ ଆପଣଙ୍କ ସମସ୍ୟା ବଢ଼ିପାରେ। ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ। କୌଣସି କଥାକୁ ନେଇ ଆପଣଙ୍କ ମନରେ ଡର ରହିବ।

ବିଚ୍ଛା: ଗ୍ରହଣର ପ୍ରଭାବରେ ବିଚ୍ଛା ରାଶିର ବ୍ୟକ୍ତିଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାମକାର୍ୟ୍ୟରେ ପ୍ରତିବନ୍ଧକ ଆସିପାରେ। ଅଯଥା ବିବାଦରେ ଫସି ପାରନ୍ତି। ଭାଗ୍ୟ ଉପରେ ଭରଷା କରି ରୁହନ୍ତୁ ନାହିଁ। କିଛି ଘଟଣାରେ ଆପଣଙ୍କୁ ଭାଗ୍ୟର ସାହାଯ୍ୟ ମିଳିବ ନାହଁ।

ଧନୁ: ଆପଣଙ୍କ ପାଇଁ ଗ୍ରହଣ ମିଶ୍ର ଫଳ ଆଣିଦେବ। କାମକାର୍ୟ୍ୟରେ ଆପଣଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ଖର୍ଚ୍ଚ ବଢ଼ିପାରେ। ଅପରାଧିକ କାର୍ୟ୍ୟରୁ ଦୂରେଇ ରୁହନ୍ତୁ, ନହେଲେ ସମସ୍ୟା ବଢ଼ିପାରେ।

ମକର: ଗ୍ରହଣର ପ୍ରଭାବ ଆପଣଙ୍କ ଦୈଦନ୍ଦିନ କାର୍ୟ୍ୟ ଓ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପକାଇବ। ଚାକିରି ଓ ବ୍ୟବସାୟୀରେ ପ୍ରତିବନ୍ଧକ ଆସିବ। ଧନହାନୀର ଯୋଗ ରହିଛି। ଜୀବନସାଥୀଙ୍କ ସହ ସମ୍ପର୍କରେ ଦୂରତା ଆସିପାରେ। ମତଭେଦର ଯୋଗ ରହିଛି। ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସତର୍କ ରହିବାକୁ ପଡ଼ିବ।

କୁମ୍ଭ: ଆପଣଙ୍କ ସ୍ୱାସ୍ଥ୍ୟ ଓ ଅର୍ଥ ଉପରେ ଗ୍ରହଣର ହଠାତ୍ ପ୍ରଭାବ ପଡ଼ିପାରେ। ମାନହାନୀର ଯୋଗ ରହିଛି। ଏହାବାଦ ଅଧିକ ପରିଶ୍ରମ ମଧ୍ୟ କରିପାରନ୍ତି। ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବାକୁ ପଡ଼ିବ।

ମୀନ: ଗ୍ରହଣର ଖରାପ ପ୍ରଭାବ ଆପଣଙ୍କ ରାଶି ଉପରେ ପଡ଼ିବ। ଆପଣଙ୍କ ଖର୍ଚ୍ଚ ବଢ଼ିବା ସହ କ୍ଷତି ହେବ। ଚାକିରି ଓ ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କୌଣସି କାମକୁ ଅଧାରୁ ଛାଡନ୍ତୁ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More