Only for Entertainment

ସାମ୍ନାକୁ ଆସିଲା ଆକାଶ ଏବଂ ଶ୍ଲୋକାଙ୍କ ମେହେନ୍ଦୀ ସେରମନିର ପ୍ରଥମ ଫଟୋ ।

24

ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହତା ୯ ମାର୍ଚ୍ଚକୁ ବିବାହ କରିବେ । ବିବାହର ପ୍ରସ୍ତୁତି ଏବଂ ପାଳନ ଏବେ ମଧ୍ୟ ଜାରି ରହିଛି । ସ୍ୱିଜରଲ୍ୟାଣ୍ଡରେ ସାନଦାର ପ୍ରିୱେଡିଙ୍ଗ ସମାରୋହରେ ପରେ ଅମ୍ବାନୀ ଏବଂ ମେହତା ପରିବାର ଏକ ହ୍ୟାରୀ ପୋର୍ଟର ଥିମ ପାର୍ଟି ଦେଇଥିଲେ । ଯେଉଁଥିରେ ପଂଜାବୀ ସିଙ୍ଗର ଗୁରୁ ରାନ୍ଧୱା ପର୍ଫମ କରିଥିଲେ ।

ଏହା ବ୍ୟତୀତ ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍ଗ ଆଶୀର୍ବାଦ ପାଇଁ ପୂଜା ଆୟୋଜନ ମଧ୍ୟ କରାଯାଇଥିଲା । ଆଜି ଅମ୍ବାନୀ ପରିବାର ମାଳା ଏବଂ ମେହେନ୍ଦୀ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।
ଏହା ପୂର୍ବରୁ ୬ ମାର୍ଚ୍ଚକୁ ଅମ୍ବାନୀ ପରିବାର ଅନ୍ନ ସେବାର ଆୟୋଜନ କରିଥିଲେ । ଯେଉଁଠାରେ ୨୦୦୦ ଅନାଥ ପିଲା ଏବଂ ବୃଦ୍ଧ ମାନଙ୍କୁ ଖାଇବାକୁ ଦିଆ ଯାଇଥିଲା । ଏହି ଆୟୋଜନ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More