Only for Entertainment

‘ଲୁକା-ଛୁପି’ରୁ ଭାଇରାଲ ହେଲା କାର୍ତ୍ତିକ ଆର୍ୟନ ଏବଂ କୃତି ସେନନଙ୍କ ଫାଷ୍ଟ ଲୁକ, ବର-କନ୍ୟା ଭାବେ ଆସିଲେ ନଜର ।

DNA India
0 26

‘ସୋନୁ କେ ଟିଟୁ କି ସ୍ୱିଟି’ରୁ ଷ୍ଟାର ପାଲଟିଥିବା କାର୍ତ୍ତିକ ଆର୍ୟନ ଖୁବଶୀଘ୍ର ନିଜ ଆଗାମୀ ଫିଲ୍ମ ‘ଲୁକା-ଛୁପି’ରେ ଦର୍ଶକଙ୍କୁ ହସାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ କୃତି ସେନନଙ୍କୁ ଦେଖିବାକୁ ମିଳିବ । ଏହା ଏକ କମେଡି ଫିଲ୍ମ ଯେଉଁଥିରେ କାର୍ତ୍ତିକ ମଥୁରାର ଲୋକାଲ ଚ୍ୟାନେଲର ଷ୍ଟାର ରିପୋର୍ଟର ଭାବେ ନଜର ଆସିବେ । ଫିଲ୍ମର ସୁଟିଂ ପାଇଁ ଏବେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଇତି ମଧ୍ୟରେ ଫିଲ୍ମ ସହ ଜଡିତ କାର୍ତ୍ତିକ ଏବଂ କୃତିଙ୍କ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।

kartik-kriti

ଏହି ଫିଲ୍ମର ଲୁକ ଟେଷ୍ଟ କରିବା ସମୟରେ କା ର୍ତ୍ତିକ ଏବଂ କୃତି ବର-କନ୍ୟା ପୋଷାକରେ ନଜର ଆସିଥିଲେ । କାର୍ତ୍ତିକଙ୍କ ଏହି ଫିଲ୍ମ ଛୋଟ ସହରର ଲଭ ଷ୍ଟୋରୀ ଉପରେ ଆଧାରିତ । ଏହି ଫିଲ୍ମକୁ ଦିନେଶ ବିଜନ ପ୍ରଡ୍ୟୁସ କରୁଛନ୍ତି । ଆରମ୍ଭରୁ ଫିଲ୍ମର ନାମ ‘ମଥୁରା ଲାଇଭ’ ରଖାଯାଇଥିଲା । କିନ୍ତୁ ପରେ ଏହାର ନାମକୁ ବଦଳାଇ ‘ଲୁକା-ଛୁପି’ ରଖାଗଲା ।

ଫିଲ୍ମରେ କାର୍ତ୍ତିକଙ୍କୁ ଲୋକାଲ ଭାଷାର କଥା କହୁଥିବାର ଦେଖିବାକୁ ମିଳିବ । ସେଥିପାଇଁ ସେ ମଥୁରା ଏବଂ ଆଗ୍ରାର ଲୋକାଲ ଭାଷା ଶିଖୁଛନ୍ତି । ଉଭୟ କାର୍ତ୍ତିକ ଏବଂ କୃତି ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ ବକ୍ସ ଅଫିସରେ କମାଲ କରୁଛି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More