Only for Entertainment

ପ୍ରଥମ ବଲିଉଡ ଫିଲ୍ମ ରାଜା ହରିଶ୍ଚନ୍ଦ୍ର ପ୍ରସ୍ତୁତିରେ ଲାଗିଥିଲେ ୫୦୦ରୁ ଉଦ୍ଧ୍ୱର୍ ଲୋକ, ଜାଣନ୍ତୁ ଫିଲ୍ମ ସମ୍ବନ୍ଧିତ କିଛି ରୋଚକ ତଥ୍ୟ !

bollywood tadka
0 48

ବଲିଉଡ ଏହାମଧ୍ୟରେ ନିଜର ୧୦୦ବର୍ଷ ପୂରଣ କରିଛି । ମାତ୍ର ଏହା କେଉଁଠାରୁ ଆରମ୍ଭ ହେଲା ଏବଂ ଏହା ଆରମ୍ଭ ହେବା ପୂର୍ବରୁ କଣ ସବୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ତାହା ହୁଏତ କାହାକୁ ଜଣା ନଥିବ । ବଲିଉଡର ପ୍ରଥମ ଫିଲ୍ମ ରହିଥିଲା ‘ରାଜା ହରିଶ୍ଚନ୍ଦ୍ର’ , ଯାହା ୨୧ଅପ୍ରେଲ ୧୯୧୩ରେ ରିଲିଜ ହୋଇଥିଲା । ଏହି ବଲିଉଡ ଫିଲ୍ମ ବିଶ୍ୱ ସିନେମା ଜଗତରେ ଏକ ପାଚେରୀ ଆରମ୍ଭ କରିଥିଲା ।

ଏହି ଫିଲ୍ମର ସେ ସମୟରେ ହାରାହାରି ବଜେଟ ଥିଲା ୧୦ହଜାର ଟଙ୍କା ଏବଂ ବକ୍ସ ଅଫିସରେ ଏହି ଫିଲ୍ମ ଖୁବ ଧମାଲ ମଚାଇଥିଲା । ଏହି ଫିଲ୍ମ ୧୯୧୩ରେ ୪୭ହଜାର ଟଙ୍କା କମାଇଥିଲା । ଏହି ଫିଲ୍ମର ଅଧିକାଂଶ ଭାଗ ମୁମ୍ବାଇରେ ସୁଟିଂ କରାଯାଇଥିଲା । ସେ ସମୟରେ ଭଲ କ୍ୟାମେରାର ସୁବିଧା ମଧ୍ୟ ନଥିଲା । ଏହିକାରଣରୁ ବାହାରେ ସୁଟ କରିବା ସମ୍ଭବପର ନଥିଲା । ତେଣୁ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ମୁମ୍ବାଇରେ ସୁଟ କରାଯାଇଥିଲା ଏବଂ କିଛି ଅଂଶ ପୁନେର ଏକ ଗାଁରେ ସୁଟ କରାଯାଇଥିଲା ।

ସେ ସମୟରେ ଫିଲ୍ମକୁ ସମାଜ ପାଇଁ ବିପଦ ବୋଲି କୁହାଯାଉଥିଲା । ଏହି କାରଣରୁ ଫାଲକେ ତାଙ୍କ ସହକର୍ମୀଙ୍କୁ କହିଥିଲେ ଯଦି ଏଠାରେ କଣ ହେଉଛି ବୋଲି ପଚାରନ୍ତି ତେବେ କମ୍ପାନୀ କାମ ବୋଲି କହିବାକୁ କହିଥିଲେ ।
ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଫିଲ୍ମକୁ ପ୍ରସ୍ତୁତ କରିବା ପାଇଁ ଦାଦା ସାହେବ ଫାଲକେଙ୍କ ପତ୍ନୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ସବୁଦିନ ୫୦୦ଜଣଙ୍କ ପାଇଁ ଖାଇବା ପ୍ରସ୍ତୁତ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More