Only for Entertainment

ରିଲିଜ ହେଲା ରାଜିର ପ୍ର୍ରଥମ ଗୀତ ‘ଏ ୱତନ’ ।

DNA India
0 37

ଆଗାମୀ ବଲିଉଡ୍ ଫିଲ୍ମ ‘ରାଜି’ର ଏକ ମନଲୋଭା ଦେଶାତ୍ମବୋଧ ଗୀତ ‘ଏ ୱତନ’ ମୁକ୍ତିଲାଭ କରିଛି । ଫିଲ୍ମଟି ୧୯୭୧ ମସିହା ଭାରତ – ପାକିସ୍ତାନ ଯୁଦ୍ଧ ସମୟର ଏକ କାହାଣୀକୁ ନେଇ ଗତିଶୀଳ ହୋଇଥିବାରୁ ଏଭଳି ଦେଶତ୍ମବୋଧ ଗୀତକୁ ସିନେମାରେ ସ୍ଥାନ ଦିଆଯାଇଛି । ଯାହାକୁ ଗାଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜୀତ ସିଂ ।

ଶଙ୍କର, ଏହସାନ – ଲୟ ଏହାର ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି । ଗୀତ ଦୃଶ୍ୟାୟନରେ ଆଲିଆ ଭଟ୍ଟ, ସୋନି ରଜଦାନ୍, ରଜିତ କପୁର, ବିକି କୌଶଲ ଆଦି କଳାକାରଙ୍କୁ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଆଲିଆ ନିଜ ପ୍ରକୃତ ମାଆ ସୋନି ରଜଦାନଙ୍କ ସହ ପରଦାରେ ଅଭିନୟ କରିଛନ୍ତି ଏହି ସିନେମାରେ । ନିକଟରେ ଏକ କାର୍ଯ୍ୟକ୍ରମ ଜରିଆରେ ଫିଲ୍ମର ଏହି ଗୀତକୁ ଲଂଚ କରାଯାଇଛି । ଏଭଳି ଏକ ଭିନ୍ନ ଧରଣର ସିନେମାର ଅଭିନୟ କରିବା ଆଲିଆଙ୍କ ପାଇଁ ଏକ ଚ୍ୟାଲେଂଜ୍ ଥିଲା ଏହି ଅବସରରେ ଆଲିଆ କହିଛନ୍ତି ।

‘ରାଜି’ ୧୯୭୧ ମସିହା ଇଣ୍ଡିଆ – ପାକିସ୍ତାନ ୱାର ସମୟରେ ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି । ଭାରତର ଜଣେ ଯୁବତୀ ସେହମତି ପାକିସ୍ତାନ ସେନାର ଜଣେ ଅଫିସରକୁ ବିବାହ କରି ପାକିସ୍ତାନ ଯାଏ । ଉଦ୍ଦେଶ୍ୟ ଥାଏ ପାକିସ୍ତାନରେ ଯାଇ ଯାଶୁସି କରିବା । ଫିଲ୍ମରେ ସେହମତଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ନିଜ ଜବରଦସ୍ତ ଅଭିନୟର ନମୁନା ଏହି ସିନେମା ଜରିଆରେ ଭେଟି ଦେବାକୁ ଯାଉଛନ୍ତି ଆଲିଆ । ଭିନୀତ୍ ଜୈନ ଓ କରଣ ଜୋହର୍ଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମେଘନା ଗୁଲଜାର୍ ।

ଫିଲ୍ମର ଆଲିଆ ଭଟ୍ଟ ଓ ଭିକି କୌଶଲଙ୍କ ବ୍ୟତୀତ ଅମୃତା ଖନବିଲକର, ସୋନି ରଜଦାନ, ଶିଶିର ଶର୍ମା ଆଦି କଳାକାରଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଶଙ୍କର ଏହସାନ୍ ଲୟ । ୧୧ ମେ’ରେ ପରଦାକୁ ଆସିବ ଚଳଚ୍ଚିତ୍ର ରାଜି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More