Only for Entertainment

ପ୍ରଥମଥର ପରଦାରେ ଏକାଠି ନଜର ଆସିବେ ଜ୍ୟୋତି ଏବଂ ସନମୀର !

21

ପ୍ରଥମ ଥର ପାଇଁ ଓଲିଉଡ୍ ପରଦାରେ ରୋମାନ୍ସ କରିବାରେ ନଜର ଆସିବେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ସନମୀରା । ଦୁହିଁଙ୍କୁ ନେଇ ଏବେ ଆଗାମୀ ରୋମାଂଟିକ୍ ସିନେମାର ଘୋଷଣା କରାଯାଇଛି । ଏନ.ପାଢିଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ଟାଇଟେଲ୍ ରହିଛି ‘ତୋ ଇସ୍କ ରେ’ ।

ଜମିବ ସନମୀରା ଓ ଜ୍ୟୋତିଙ୍କ ଯୋଡି । ପ୍ରଥମ ଥର ପାଇଁ ପରଦାରେ ରୋମାନ୍ସ କରିବାରେ ନଜର ଆସିବେ ଏହି ଯୋଡି । ଲଭ୍ ଏକ୍ସପ୍ରେସରେ ଆସିଥିବା ଅଭିନେତ୍ରୀ ସନମୀରାଙ୍କୁ ଜ୍ୟୋତି କହିବେ, ମୁଁ ତୋ ହିରୋ । ଦୁହିଁଙ୍କୁ ନେଇ ଏବେ ଓଲିଉଡରେ ପ୍ରସ୍ତୁତ ହେବାକୁ ଯାଉଛି ରୋମାଂଟିକ୍ ଚଳଚ୍ଚିତ୍ର ‘ତୋ ଇସ୍କ ରେ’ । ନିକଟରେ ଏହି ସିନେମାର ଘୋଷଣା କରାଯାଇଛି । ଯେଉଁଠି ମେକରଙ୍କ ସହ ଏହି ଜ୍ୟୋତି ଓ ସନ୍ମୀରାଙ୍କୁ ଦେଖିବାକୁ ମିଳିଥିଲା । ଆଗରୁ ବଙ୍ଗୀୟ ସୁନ୍ଦରୀ ଝିଲିକଙ୍କ ସହ ଅନେକ ସିନେମାରେ ରୋମାନ୍ସ କରିବାରେ ନଜର ଆସିଛନ୍ତି ଜ୍ୟୋତି । ଦୁହିଁଙ୍କ ପେୟାରିଂ ଓଲିଉଡରେ ହିଟ୍ ସାବ୍ୟସ୍ତ ହୋଇ ପାରିଛି । ଅନ୍ୟପଟେ ସନମୀରାଙ୍କ ଯୋଡି ମଧ୍ୟ ସ୍ୱରାଜଙ୍କ ସହ ବେଶ୍ ଖାପ ଖୁଆଏ । ଏମାନଙ୍କ ପେୟାରିଂରେ ଲଭ୍ ଏକ୍ସପ୍ରେସ୍ ଓ ଲୈଲା ଓ ଲୈଲା ଭଳି ହିଟ୍ ସିନେମା ଭେଟି ଦେଇଛି । ଆଉ ଏବେ ଜ୍ୟୋତିଙ୍କ ସହ ପ୍ରଥମ ଥର ପାଇଁ ପରଦାରେ ରୋମାନ୍ସ କରିବାରେ ନଜର ଆସିବେ ସନମୀରା ।

ରୋହିତ୍ କୁମାର୍ ମାଝି, ସି.ଏସ୍.ପ୍ରସାଦଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ରୋମାଂଟିକ୍ ଚଳଚ୍ଚିତ୍ର ‘ତୋ ଇସ୍କ ରେ’ର ନିର୍ଦ୍ଦେଶନା ଭାର ତୁଲାଇବେ ଏନ୍.ପାଢୀ । ସିନେମାର କାହାଣୀ ଓ ସଂଳାପ ପବିତ୍ର ନାୟକ ଦେଇଥିଛନ୍ତି । ଏହି ଅପକମିଂ ସିନେମାରେ ସଙ୍ଗୀତର ଭାର ତୁଲାଇବେ ବୈଦନାଥ ଦାସ ଓ ବଦ୍ରି ମହାନ୍ତି ।  ଚଳଚ୍ଚିତ୍ର ‘ତୋ ଇସ୍କ ରେ’ ରେ ଜ୍ୟୋତି ଓ ସନ୍ମୀରାଙ୍କ ବ୍ୟତୀତ ଦେବାନନ୍ଦ, ଅନୁ, ମିହିର୍ ଦାସ୍, ସ୍ମିତା ମହାନ୍ତି, ବବି ମିଶ୍ର, ବାଳ କୃଷ୍ଣ, ଟି. ଆପାରାଓ, ରୋହିତ୍, ଗୁଡ୍ଡୁ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ଖୁବଶୀଘ୍ର ଆରମ୍ଭ ହେବ ସିନେମାର ସୁଟିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More