Only for Entertainment

ଟେଲି ଦୁନିଆର ପ୍ରଥମ ଅଭିନେତ୍ରୀ ଭାବରେ ‘ନ୍ୟୁୟର୍କ ପ୍ୟାରେଡ’ରେ ଯୋଗ ଦେବେ ବିଗବସର ଏହି ବିବାଦୀୟ ଅଭିନେତ୍ରୀ

aajtak
79

ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ହିନା ଖାନ ଗତବର୍ଷ ବିଗବସ ସିଜନ ୧୧ରେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଥିଲେ । ନିକଟ ଅତୀତରେ ଅଭିନେତ୍ରୀ କାନ୍ସ ଫିଲ୍ମ ଫେସ୍ଟିଭାଲରେ ନିଜର ଜଲୱା ଦେଖାଇଥିଲେ । ଖବର ମୁତାବକ ହିନାଙ୍କୁ “ଇଣ୍ଡିଆ ଡେ ପ୍ୟାରେଡ” ପାଇଁ ଆମନ୍ତ୍ରଣ କରାଯାଇଛି । କହିରଖୁଛୁ ହିନା ପ୍ରଥମ କଳାକାର ଯାହାଙ୍କୁ “ଇଣ୍ଡିଆ ପ୍ୟାରେଡ”ରେ ସାମିଲ ହେବା ପାଇଁ ସୁଯୋଗ ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ଫ୍ୟାନ୍ସଙ୍କ ତରଫରୁ ହିନାଙ୍କୁ ଶୁଭେତ୍ସାର ସୁଅ ଛୁଟୁଛି ।

ଚଳିତ ବର୍ଷ ନ୍ୟୁୟର୍କରେ ଅଗଷ୍ଟ ୧୮ରେ ହେବାକୁ ଥିବା “ଇଣ୍ଡିଆ ଡେ ପ୍ୟାରେଡ” ରେ ସୈନ୍ୟ ମାନଙ୍କୁ ପରାକ୍ରମ ଓ ବଳିଦାନ ପାଇଁ ସମ୍ମାନିତ କରାଯିବ । ଏହି ପ୍ୟାରେଡରେ ଏକ ହଜାର ଭାରତୀୟ ଯୋଗ ଦେଇଥାନ୍ତି । ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେଉଛି, ‘ଅପନେ ସୈନିକୋଂ କା ସମର୍ଥନ କରୋ, ଅପନେ ସୈନିକୋଂ କୋ ସଲାମ କରୋ’ ।

ପୂର୍ବ ବର୍ଷ ଭଳି ଏହି ବର୍ଷ ପ୍ୟାରେଡରେ ଭାରତର ଅନେକ ସମ୍ମାନୀୟ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ସୁନୀଲ ସେଟ୍ଟି, ହିନା ଖାନ, ଜାତୀୟ ବାସ୍କେଟବଲ୍ ଆସୋସିଏନର ଆୟୁକ୍ତ ଏଡମ ସିଲ୍ୱର ଯୋଗ ଦେବେ । କହିରଖୁଛୁ ଶେଷଥର ପାଇଁ ହିନା ଖାନଙ୍କୁ ଏକତା କପୁରଙ୍କ ଶୋ କସୌଟି ଜିନ୍ଦେଗୀ କେ ଟୁ’ ରେ ଦେଖିବାକୁ ମିଲିଥିଲା । ଏହି ଧାରାବାହିକରେ ହିନା ଖଳନାୟକ ଚରିତ୍ରରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More