Only for Entertainment

ରବିବାର ରାନ୍ଧଣାରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ମାଛ ମଂଜି କୋପ୍ତା କରି ।

43

ଆବଶ୍ୟକ ସାମଗ୍ରୀ:
ମାଛ ମଞ୍ଜି-୨୫୦ ଗ୍ରାମ,

ପିଆଜ-୨ଟା(ବଡ),

ଟମାଟୋ-୧ଟା (ବଡ),

ଅଦା ବଟା-୧ ଚାମଚ(ଛୋଟ),

ରସୁଣ ବଟା-୧ଚାମଚ(ଛୋଟ),

ଲଙ୍କାଗୁଣ୍ଡ-୧ ଚାମଚ(ଛୋଟ),

ଧନିଆଗୁଣ୍ଡ-୧ଚାମଚ(ଛୋଟ),

ହଳଦୀ ଗୁଣ୍ଡ-୧ଚାମଚ(ଛୋଟ),

ରିଫାଇନ୍ ତେଲ-୧କପ,

କଟା ଧନିଆପତ୍ର,

ଅଳ୍ପ କିଛି ବେସନ-୪ ଚାମଚ(ବଡ),

ଗରମ ମସଲା ଗୁଣ୍ଡ-୧ ଚମଚ(ଛୋଟ),

ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :
ମାଛ ମଞ୍ଜିକୁ ଭଲ ଭାବରେ ଧୋଇ ଲୁଣ, ହଳଦୀ ଗୁଣ୍ଡ, କଟା ଧନିଆପତ୍ର, କଟାପିଆଜ, କଟା କଞ୍ଚାଲଙ୍କା, କଟା ଅଦା, କଟା ରସୁଣ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ବେସନ ୪ ଚାମଚ ଗୋଳାଇ ଭଲ ଭାବରେ ଚକଟି ତେଲରେ କୋବତା ଆକରରେ ଛାଣି ରଖନ୍ତୁ ।

ଅନ୍ୟ ଏକ କଡାଇରେ ତେଲ ଗରମ କରି ତେଜପତ୍ର, କଟା ପିଆଜ, କଟା ଟମାଟୋ ପକାଇ ପିଆଜ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।

ବର୍ତ୍ତମାନ ଏଥିରେ ରସୁଣ ବଟା, ଅଦାବଟା, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଧା କପ ପାଣି ଦେଇ ମସଲାକୁ ଭଲ ଭାବରେ ଭାଜନ୍ତୁ ।

ମସଲା ଭାଜି ହୋଇ ତେଲ ଉପରକୁ ଉଠି ଆସିଲେ ୨ କପ୍ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା ଭଲ ଭାବରେ ଫୁଟିଗଲେ ଧିମି ଆଞ୍ଚରେ ରଖି ପୂର୍ବରୁ ଛାଣି ରଖିଥିବା କୋବତା ଗୁଡିକୁ ପକାଇ ଢାଙ୍କୁଣି ଘୋଡାଇ ୫ରୁ ୧୦ ମିନିଟ୍ ରଖନ୍ତୁ ।

ମାଛ ମଞ୍ଜି କୋବତା ଗୁଡିକ ଭଲ ଭାବରେ ସିଝି ଗଲେ ଢାଙ୍କୁଣି କାଢି ଉପରେ କଟା ଧନିଆପତ୍ର ଓ ଗରମ ମସଲା ଗୁଣ୍ଡ ପକାଇ ଚୁଲିରେ ଓହ୍ଲାଇ ଗରମ ଗରମ ରୁଟି କିମ୍ବା ଭାତ ସହିତ ପରିବେଷଣ କରନ୍ତୁ ମାଛ ମଞ୍ଜି କୋବତା କରି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More