Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଣିଷ ମୁହଁ ଆକୃତିର ମାଛ, ଦେଖନ୍ତୁ ଭିଡିଓ

The Filipino Times
30

ସୋସିଆଲ ମିଡିଆରେ ଏବେ ଏକ ମାଛର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଏହି ମାଛର ମୁହଁଟି ମଣିଷର ମୁହଁ ଆକୃତିର ଥିବା ଦେଖିବାକୁ ମିଳୁଛି ଭିଡିଓରେ । ଚୀନର ମିଲାଓ ଗ୍ରାମର ଜଣେ ମହିଳା ପୋଖରୀରେ ଗାଧୋଇବା ସମୟରେ ଏଭଳି ଏକ ମାଛକୁ ଦେଖି ଚକିତ ହୋଇପଡିଥିଲେ, ପରେ ସେ ଏହି ମାଛ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀମାନେ ଏହା ଦେଖିବା ପରେ ମାଛର ଫଟୋ ଉଠାଇ ଇଣ୍ଟରନେଟ୍‍ରେ ଛାଡିଥିଲେ । ଅଦ୍ୟାବଧି ଲକ୍ଷାଧିକ ଲୋକ ଏହି ମାଛର ଫଟୋକୁ ଦେଖିବା ସହ ସେୟାର କରିଲେଣି ।

ବିଶେଷଜ୍ଞମାନେ ମଧ୍ୟ ଏହି ଗ୍ରାମରେ ପହଞ୍ଚି ମାଛ ଉପରେ ଗବେଷଣା ଆରମ୍ଭ କରିଛନ୍ତି । କୁହାଯାଉଛି ଯେ, ଉକ୍ତ ପୋଖରୀରେ ଏଭଳି ଧରଣର ଅନେକ ମାଛ ଅଛନ୍ତି ।ଭିଡିଓ ରେ ଦେଖିବାକୁ ମିଳିଛି ଯେ, ମଣିଷମାନଙ୍କ ପରି ମାଛଟିର ଦୁଇଟି ଆଖି, ଗୋଟିଏ ନାକ ଏବଂ ପାଟି ରହିଛି । ଏହାକୁ ନେଇ ଲୋକେ ସୋସିଆଲ ମିଡିଆରେ ଅନେକ ଲୋକ ଭିନ୍ନ ଭିନ୍ନ ରିଆକ୍ସନ୍ସ ଦେବାରେ ଲାଗିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଭିଡିଓ-


 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More