Only for Entertainment

ଭାଗ୍ୟ ବଦଳାଇବ ସାମାନ୍ୟ ଫିଟିକିରି

lifealth.com
448

ମଣିଷ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଉପାୟ କରିଥାଏ । କାରଣ ଏଭଳି କିଛି ବାସ୍ତୁ ଉପାୟ ରହିଛି ଯାହା ଦ୍ୱାରା ଜୀବନରେ କେତେକ ପରିବର୍ତ୍ତନ ଆସିପାରିବ । ଏହା ଦ୍ୱାରା ଚିନ୍ତା ମଧ୍ୟ ଦୂର ହୋଇଥାଏ । ତେବେ ଏକ ଧଳା ପଥର କିପରି ଏକ ପରିବର୍ତ୍ତନ ଆଣିବ ଜାଣନ୍ତୁ ।

ପ୍ରାୟ ୫୦ ଗ୍ରାମ ଫିଟିକିରିର ଟୁକୁଡ଼ାକୁ ଘର କିମ୍ବା ଅଫିସର କୌଣସି କୋଣରେ ଲୁଚାଇ ରଖନ୍ତୁ । ଯେପରି ସେଠାରେ କାହାର ନଜର ନ ପଡ଼େ । ଏହା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇପାରିବ । କିଛି ଦିନ ପରେ ଏହି ଟୁକୁଡ଼ାକୁ ବଦଳାଇ ଦିଅନ୍ତୁ ।

ଭୟାନକ ସ୍ୱପ୍ନ ଏବଂ ଅଜଣା ଭୟରୁ ବଂଚିବା ପାଇଁ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ତକିଆ ନିକଟରେ ରଖନ୍ତୁ ।
ଦୋକାନରେ ଗ୍ରାହକଙ୍କ ସଂଖ୍ୟା ବଢାଇବା ପାଇଁ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ମେନ ଗେଟ ଉପରେ ଲଗାନ୍ତୁ ।
ବାଥରୁମରେ ଏକ ଛୋଟ ଫିଟିକିରି ଖଣ୍ଡ ରଖନ୍ତୁ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିନଥାଏ । ମାସକୁ ଥରେ ଏହାକୁ ବଦଳାନ୍ତୁ ।

ରାତିରେ ପଲଙ୍ଗ ତଳେ ଏକ ଗ୍ଲାସ ଜଳରେ ଫିଟିକିରିର କିଛି ଟୁକୁଡ଼ା ପକାନ୍ତୁ । ସକାଳେ ଏହାକୁ ଓସ୍ତ ଗଛ ମୂଳରେ ଢାଳିଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରେ ଲାଗି ରହୁଥିବା କଳହ ଦୂର ହେବ । ତେବେ ଏହାର କମାଲ ଆପଣ ଗୋଟିଏ ରାତିରେ ଦେଖିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More