Only for Entertainment

ଜାଣନ୍ତୁ ଦୁନିଆର ଏହି ୫ଟି ପ୍ୟାଲେସ ବିଷୟରେ, ଯାହାର ସୁନ୍ଦରତା କରିଦେବ ଆପଣଙ୍କୁ ପାଗଳ

Dailymotion
0 103

ସମର ଭ୍ୟାକେସନରେ ବୁଲିବାର ପ୍ଲାନିଂ ସମସ୍ତେ କରିଥାନ୍ତି । ଯଦି ଆପଣ ମଧ୍ୟ ବୁଲିବାର ପ୍ଲାନିଂ କରୁଥାନ୍ତି ତେବେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ରାଜକୀୟ ପ୍ୟାଲେସ ଗୁଡିକ ବିଷୟରେ କହିବା ପାଇଁ ଯାଉଛୁ । ଏହି ମହଲ ଗୁଡିକୁ ଜୀବନରେ ଥରେ ବୁଲି ଦେଖିବା ଉଚିତ । ଏହି ପ୍ୟାଲେସ ଗୁଡିକ ଦୂର ଦୂରାନ୍ତରରୁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ । ସବୁଠାରୁ ଖାସ କଥା ହେଉଛି ଏହି ମହଲ ଗୁଡିକ ମଧ୍ୟରେ ଭାରତର ମୈସୁର ପ୍ୟାଲେସ ମଧ୍ୟ ସାମିଲ ରହିଛି । ତେବେ ଜାଣନ୍ତୁ ଦୁନିଆର ୫ଟି ପ୍ୟାଲେସ ବିଷୟରେ ଯାହାର ସୁନ୍ଦରତା ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ ।

ପେନା ନ୍ୟାସନାଲ ପ୍ୟାଲେସ, ପର୍ତ୍ତୁଗାଲ

pena_national_palace-ll
ଏହି ପ୍ୟାଲେସର ନିର୍ମାଣ ୧୮୪୨ରେ ପର୍ତ୍ତୁଗାଲ ରାଜା ଫଡିନେଣ୍ଡ ଦ୍ୱାରା ନିର୍ମାଣ କରାଯାଇଥିଲା । ଏହାର ନିର୍ମାଣ ୧୮୪୦ରେ ଆରମ୍ଭ ହୋଇ ୧୮୮୫ରେ ଶେଷ ହୋଇଥିଲା । ଏହାକୁ ଦେଖିବା ପାଇଁ ପୁରା ଦୁନିଆରୁ ପର୍ଯ୍ୟଟକ ଆସିଥାନ୍ତି ।

ମୈସୁର ପ୍ୟାଲେସ, ଇଣ୍ଡିଆ

mysore palace

ମୈସୁର ପ୍ୟାଲେସକୁ ଆମ୍ବା ବିଳାସ ପ୍ୟାଲେସ ମଧ୍ୟ କୁହାଯାଇଥାଏ । ଏହା ମୈସୁରର ରାଜ ପରିବାର ବୋଡେୟାସଙ୍କ ସରକାରୀ ବାସଭବନ । ଭାରତରେ ତାଜ ମହଲ ପରେ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର । ପ୍ରତି ବର୍ଷ ଏଠାକୁ ୨୭ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ ।

ସ୍କାନବ୍ରୁନ ପ୍ୟାଲେସ, ଭିଏନା

palace1
୧୯୭୦ ଦଶକଠାରୁ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଠାରେ ଦୁନିଆର ସବୁଠାରୁ ପୁରୁଣା ଚିଡିଆ ଘର ମଧ୍ୟ ରହିଛି ।

ସମର ପ୍ୟାଲେସ, ଚୀନ

summer_palace_2-ll
ଏହି ମହଲ ବେଞ୍ଜିଂରେ ଅବସ୍ଥିତ । ପାଣି ମଧ୍ୟରେ ଅବସ୍ଥିତ ଏହି ପ୍ୟାଲେସକୁ ଦେଖିବାକୁ ଖୁବ ସୁନ୍ଦର । ଏହି ମହଲକୁ ୨.୯ ବର୍ଗ କିମି ରେ ନିର୍ମାଣ କରାଯାଇଛି ।

ପ୍ୟାଲେସ ଅଫ ଭର୍ସାଇଲ୍ସ, ଫ୍ରାନ୍ସ

palace-of-versailles-france-ll
ଏହି ପ୍ୟାଲେସକୁ ଲୁଇ ତେହରବେ ନିର୍ମାଣ କରିଥିଲେ । ଏହି ପ୍ୟାଲସରେ ଏକ ମିଟର ଉଚ୍ଚା ଏବଂ ଅଧ ଟନ ଷ୍ଟିଲର ଏକ ଝୁମର ଲଗାଯାଇଛି । ଏହି ପ୍ୟାଲେସ ଫ୍ରାନ୍ସର ରାଜଧାନୀ ପ୍ୟାରିସ ଠାରୁ ୨୦ କିମି ଦୂରରେ ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More