Only for Entertainment

୫ ବର୍ଷର ବାଳକଟି କଲା କିଛି ଏପରି, ଖୁସି ହୋଇ ବ୍ୟକ୍ତି ଜଣଙ୍କ ଉପହାରରେ ଦେଲେ ୨୬ ଲକ୍ଷର ମର୍ସିଡିଜ ।

ndtv
32

ଅଧିକାଂଶ ଯୁବା ଏକ୍ସରସାଇଜକୁ ଭୁଲି ଖାଇବାରେ ଧ୍ୟାନ ଦେଇଥିାନ୍ତି । କେହି କାମର ବାହାନା କରି ଏକ୍ସରସାଇଜ ଠାରୁ ଦୂରେଇ ରୁହେ ତ କେହି ଏକ୍ସରସାଇଜ କରିବା କଥା ଉଠିଲେ ବିଭିନ୍ନ ବାହାନା କରି କଥାକୁ ଟାଳି ଦେଇଥାଏ । କିନ୍ତୁ ୫ ବର୍ଷର ଅକ ଛୁଆ ଏପରି କିଛି କରିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ୫ ବର୍ଷର ବାଳକଟି ୧୦୦ କିମ୍ବା ୫୦୦ ନୁହେଁ ବରଂ ୪୧୦୫ ପୁଶ ଅପ୍ସ ଲଗାଇଛି ତାହା ପୁଣି ୨ ଘଣ୍ଟା ୨୫ ମିନିଟରେ । ବାଳକ ଉପରେ ଖୁସି ହୋଇ ରୁଷ ସେନାର ଲେଫ୍ଟିନେଣ୍ଟ ରମଜାନ କଦରୋବ ତାଙ୍କୁ ୨୬ ଲକ୍ଷ ଟଙ୍କାର ମର୍ସିଡିଜ ଗିଫ୍ଟ କରିଛନ୍ତି ।

ଖବର ଅନୁସାରେ ଏହି ଛୁଆଟିର ନାମ ରାଖୀମ କୁରାୟବ । ରାଖୀମ ପିଲାଦିନରୁ ହିଁ ଏକ୍ସରସାଇଜର କରିବାକୁ ଭଲପାଆନ୍ତି । କାର ଗିଫ୍ଟ କରିଥିବା ରମଜାନ ଛୁଆଟିକୁ କହିଥିଲେ, ‘ଏହି କାର ତୁମେ ତୁମ ପିତାଙ୍କୁ ଚଲେଇବାକୁ ଦେବ । ତୁମେ କେବସଳ କାରରେ ଆରାମରେ ବସିବ । ତୁମେ ଯାହା କରିଛ ତାହା ପ୍ରଶଂସା ଯୋଗ୍ୟ । ତୁମେ ଏହି ମହଙ୍ଗା କାର ପାଇଁ ଯୋଗ୍ୟ ।’

pic

ରମଜାନ ଏହା ମଧ୍ୟ କହିଛନ୍ତି, ଏହି ଛୁଆ ଖୁବ ପ୍ରଶଂସା ଯୋଗ୍ୟ । ଏବେ ଆମେ ଦୁହେଁ ଫିଟନେସ ସେଣ୍ଟରରେ ଦେଖା କରିବୁ ଏବଂ ଏକା ସହିତ ଏକ୍ସରସାଇଜ କରିବୁ । ଏହା ସହିତ ସେ କହିଥିଲେ ଛୁଆଟି ଗିଫ୍ଟ ନେବା ପରେ କହିଥିଲା, “ଏବେ ଏହି କାର ମୋ ପାପା ଚଲାଇବେ ଏବଂ ମୋତେ ଛାଡିବାକୁ ଆସିବେ । ଆଉ ତାଙ୍କୁ ଟ୍ୟାକ୍ସି ନେବା ପାଇଁ ପଡିବନି ।”

ସବୁଠାରୁ ବଡ କଥା ହେଉଛି, ପିଲାଟି ୪୧୦୫ ପୁଶ ଅପ୍ସ କରି ୱାଲ୍ଡ ରେର୍କଡ କରିଛନ୍ତି ସତ କିନ୍ତୁ ଖରାପ ଭିଡିଓ କ୍ୱାଲିଟି ପାଇଁ ରେର୍କଡିଂକୁ ରେଜିଷ୍ଟର ହୋଇପାରିଲା ନାହିଁ । କାର ଉପହାର ମିଳିବା ପରେ ସେ ଏବଂ ତାର ପରିବାର ଖୁବ ଖୁସି ଥିବା ଜଣାପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More