Only for Entertainment

ପୁଣିଥରେ ଟ୍ରେଣ୍ଡରେ ଫ୍ଲୋରାଲ ଜୁଏଲରୀ, ବ୍ରାଇଡାଲ ଲୁକ ପାଇଁ ପାଲଟିଛି ଯୁବତୀଙ୍କ ପ୍ରଥମ ପସନ୍ଦ, ଦେଖନ୍ତୁ କିଛି ଡିଜାଇନ୍ସ

YouTube
65

ଫ୍ଲୋରାଲ ଜୁଏଲରୀ ନା କେବଳ ଷ୍ଟାଇଲିସ ଲୁକ ଦେଇଥାଏ ତାହା ନୁହେଁ ଏହା ପିନ୍ଧିବା ମଧ୍ୟ ଖୁବ ସହଜ ଏବଂ କମ୍ଫଟେବୁଲ ହୋଇଥାଏ । ଫ୍ଲୋରାଜ ଜୁଏଲରୀରେ ଏବେ ନେକଲେସ, ହାତଫୁଲ, ମଥାଟିକା, ଖୁମକା, ପାଉଁଜି, ବ୍ରେସଲେଟ ଓ ଅଣ୍ଟା ଚେନ ଆଦି ଉପଲବ୍ଧ ହେଉଛି । କିନ୍ତୁ ଏବେ ଫ୍ଲୋରାଲ ମଥାଟିକା ଏବଂ ଇୟରିଙ୍ଗସର ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳୁଛି । ଆପଣ ମହେନ୍ଦୀ, ସଙ୍ଗୀତ ଏବଂ ହଳଦୀ ସେରେମୋନୀରେ ଏହି ଲାଇଟୱେଟ ଜୁଏଲରୀ ପିନ୍ଧି ପାରିବେ । ଆସନ୍ତୁ ଫ୍ଲୋରାଲ ଜୁଏଲରୀର କିଛି ଡିଜାଇନ ଦେଖିବା ଯାହାକୁ ଆପଣ ନିଜ ବିବାହ ପାଇଁ ବାଛିପାରିବେ ।

ଆଜିକାଲି ଝିଅମାନଙ୍କ ମଧ୍ୟରେ ଫ୍ଲୋରାଲ ମଥାଟିକାର କ୍ରେଜ ଖୁବ ଅଧିକ ଦେଖିବାକୁ ମିଳୁଛି । ଯଦି ଆପଣ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ତେବେ ଆପଣ ନିଜର ବ୍ରାଇଡାଲ ଲୁକ ପାଇଁ ଏହି ଡିଜାଇନ୍ସରୁ ଆଇଡିଆ ନେଇପାରିବେ ।

ଫ୍ଲୋରାଲ ନୋଜ ରିଙ୍ଗ ମଧ୍ୟ ଆପଣଙ୍କୁ ଦେବ ଷ୍ଟାଇଲିସ ଲୁକ ।

ଯଦି ଆପଣ ହେଭୀ ଜୁଏଲରୀ ପିନ୍ଧିବାକୁ ପସନ୍ଦ କରୁ ନାହାଁନ୍ତି ତେବେ ଆପଣ ଏହି ଭଳି ଲାଇଟ ୱେଟ ଫ୍ଲୋରାଲ ଜୁଏଲରୀ କ୍ୟାରି କରିପାରିବେ ।

ହଳଦୀ ସେରେମୋନୀରେ ପିନ୍ଧନ୍ତୁ ୟେଲୋ ଫ୍ଲୋରାଲ ଜୁଏଲରୀ ।

ଆପଣ ବ୍ରାଇଡାଲ ଜୁଏଲରୀ ସହିତ ଫ୍ଲୋରାଲ କଲେରୀ ମଧ୍ୟ ପିନ୍ଧିପାରିବେ । ଏହା କମ ଓଜନର ହୋଇଥିବାରକୁ ପିନ୍ଧିବାକୁ ସହଜ ହୋଇଥାଏ ।

ଫ୍ଲୋରାଲ ଜୁୁଏଲରୀ ସହିତ ଆପଣ ଫ୍ଲୋରାଲ ଅଣ୍ଟାଚେନ ମଧ୍ୟ ପିନ୍ଧିପାରିବେ । ଏହା ଆପଣଙ୍କୁ ଏକ ଷ୍ଟାଇଲିସ ଲୁକ ଦେବ ।

ଯଦି ଆପଣଙ୍କ ଫ୍ରେଣ୍ଡ କିମ୍ବା ଭଉଣୀର ବିବାହ ତେବେ ଆପଣ ଏହି ଭଳି ଫ୍ଲୋରାଲ ଆସେସୋରିଜ ପିନ୍ଧି ପାରିବେ ।

  

କେବଳ ଫ୍ଲୋରାଲ ଜୁଏଲରୀ ନୁହେଁ ବ୍ରାଇଡାଲ ଲୁକକୁ କମ୍ପଲିଟ କରନ୍ତୁ ଏହି ଭଳି ଫ୍ଲୋରାଲ ଆସେସୋରିଜ ସହିତ ।

କିଛି ଡିଫରେଣ୍ଟ ପିନ୍ଧିବା ପାଇଁ ଚାହୁଁଥିଲେ ଆପଣ ଗ୍ରୀନ କଲର ଫ୍ଲୋରାଲ ଜୁଏଲରୀ ପିନ୍ଧି ପାରିବେ । ଏହା ଖୁବ ସୁନ୍ଦର ଏବଂ ଡିଫରେଣ୍ଟ ଲୁକ ଦେବ ।

କେବଳ ହାତ ପାଇଁ ନୁହେଁ ପାଦ ପାଇଁ ମଧ୍ୟ ବାଛନ୍ତୁ ଫ୍ଲୋରାଲ ପାଉଁଜି ।

ଦେଖନ୍ତୁ ଫ୍ଲୋରାଲ ଜୁଏଲରୀର କିଛି ଲ୍ୟାଟେଷ୍ଟ କଲେକ୍ସନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More