Only for Entertainment

ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇଛି ଉଡନ୍ତା ବେଙ୍ଗ ।

Wikipedia
0 40

କର୍ଣ୍ଣାଟକର କୋଲାର ଜିଲ୍ଲା ସ୍ଥିତି ଶ୍ରୀନିବାସପୁର ଅଞ୍ଚଳରେ ଗତ କିଛିଦିନ ଧରି ଏକ ଅଜବ ଘଟଣା ଲୋକଙ୍କୁ ଚିନ୍ତାରେ ପକାଇଛି । ବର୍ତ୍ତମାନ ଏହି ଅଞ୍ଚଳରେ ବେଙ୍ଗଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଥିଲା ବେଳେ ଉଡନ୍ତା ବେଙ୍ଗ ଲୋକଙ୍କୁ ଅସୁବିଧାରେ ପକାଉଛି । ବେଙ୍ଗକୁ ଦେଖି ମଧ୍ୟ ଲୋକେ ଭୟଭୀତ ଅଛନ୍ତି ।

pic
ସାଧାରଣତଃ ଉଡନ୍ତା ବେଙ୍ଗ ଶ୍ରୀଲଙ୍କାରେ ଦେଖାଦେଇଥାନ୍ତି । ହେଲେ ପାଗ ପରିବର୍ତ୍ତନ ସହ ଏହି ଗ୍ରାମରେ କିପରି ଉଡନ୍ତା ବେଙ୍ଗ ଦେଖାଦେଉଛନ୍ତି ତାହା ପ୍ରାଣୀ ବିଜ୍ଞାନୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ଏହି ବେଙ୍ଗର ରଙ୍ଗ ମାଟିଆ,ସାମାନ୍ୟ ସବୁଜ ଥିବା ଦେଖିବାକୁ ମିଳିଛି । ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ସାଧାରଣତଃ ଏହି ପ୍ରଜାତିର ବେଙ୍ଗ ଆମ୍ବ ଗଛରେ ରୁହନ୍ତି ଏବଂ କୀଟପତଙ୍ଗ ଖାଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More