Only for Entertainment

ଶୀତ ଦିନେ ଏହିଭଳି ନିଅନ୍ତୁ ଶରୀର ଯତ୍ନ

hellomagazine
65

ଶୀତଋତୁକୁ ଖାଇବା ପିଇବା ଏବଂ ମଉଜମସ୍ତି କରିବାର ଋତୁ ଭାବେ କୁହାଯାଏ । ହେଲେ ଋତୁ ପରିବର୍ତ୍ତନ ସହ ଅତ୍ୟଧିକ ଥଣ୍ଡା ଶରୀର ଉପରେ ପ୍ରଭାବ ପକାଇଥାଏ । ତେଣୁ ଏହି ଋତୁରେ ଶାରୀରିକ ଅସୁସ୍ଥତାରୁ ବର୍ତ୍ତିବା ପାଇଁ କିଛି ନିର୍ଦ୍ଦିଷ୍ଟ ଦିଗକୁ ଦୃଷ୍ଟି ଦେବା ଦରକାର । ଯାହା ଆପଣଙ୍କୁ ଏହି ଋତୁରେ ଫିଟ୍‍ ରଖିବ ଏବଂ ଋତୁକୁ ଉପଭୋଗ କରିବାରେ ସହଯୋଗ କରିବ ।

ଏହି ଦିନରେ ଥଣ୍ଡା,ସର୍ଦ୍ଦି,କାଶ ଏକ ସାଧାରଣ ସମସ୍ୟା । ଯଦି ସକାଳୁ ଉଠିବା ପରେ ଆପଣ ବାରମ୍ବାର ଛିଙ୍କୁଛନ୍ତି, ସର୍ଦ୍ଦି ହେଉଛି, ତେବେ ଚିନ୍ତା କରିବାର ଆବଶ୍ୟକ ନାହିଁ । ଏହି ସମସ୍ୟା ଏକ ଆଲର୍ଜୀ କାରଣରୁ ହୋଇଥାଏ । ତେଣୁ ଏଥିପାଇଁ ବାଲାନ୍ସ ଡାଏଟ୍‍ ନେବା ଆବଶ୍ୟକ । ଭିଟାମିନ୍‍, ପ୍ରୋଟିନ୍‍ ଏବଂ ମିନେରାଲ୍ସ ସଠିକ୍‍ ମାତ୍ରାରେ ଗ୍ରହଣ କରନ୍ତୁ । ଖାଇବାରେ ଅଧିକ ଫଳ ଏବଂ ସବୁଜ ପନିପରିବା ନିଅନ୍ତୁ । ଦୈନିକ ଆହାରରେ ସେଓ, କମଳା, ଅଙ୍ଗୁର ସହ ମାଛ ଗ୍ରହଣ କରନ୍ତୁ । ଏହି ଖାଦ୍ୟ ଆପଣଙ୍କୁ ଆଲର୍ଜୀରୁ ଦୂରେଇ ରଖିବ ।

ସେହିପରି ଗରମ କଡ଼ା ଚା’ ମଧ୍ୟ ଆପଣଙ୍କୁ ସମସ୍ୟାରୁ ଦୂରେଇବ । ତେବେ ମନେ ରଖିବା ଦରକାର ଯେ, ଏହି ଆଲର୍ଜୀକୁ ଆପଣ ଯଦି ସାଧାରଣ ସମସ୍ୟା ଭାବେ ଗ୍ରହଣ କରନ୍ତି, ତେବେ ଅନେକ ସମୟରେ ଶରୀରର ପ୍ରତିରୋଧକ ଶକ୍ତି ହ୍ରାସ ପାଇବ । ଥଣ୍ଡାରୁ ଦୂରେଇ ରହିବା ପାଇଁ ଗରମ ପୋଷାକ ପିନ୍ଧିବା ଦରକାର ।

ଯଦି ଏହି ସମସ୍ୟା ବନ୍ଦ ହେଉନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହି ଋତୁରେ ନିୟମିତ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ । ଏଥିସହ ଯୋଗ କରିବା ମଧ୍ୟ ଆବଶ୍ୟକ । ଦୈନିକ ସକାଳୁ ଦୀର୍ଘ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ । ଘାସ ଚଟାଣ ଉପରେ ବ୍ୟାୟାମ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More