Only for Entertainment

ରକ୍ତକୁ ପରିଷ୍କାର ରଖିବା ପାଇଁ କୌଣସି ଔଷଧ ନୁହେଁ ବରଂ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ

lifealth.com
72

ଶରୀର ମଧ୍ୟରେ ବିଭିନ୍ନ ଜରୁରୀ ପଦାର୍ଥ ରକ୍ତ ମାଧ୍ୟମରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ । ଶରୀରର ଅଙ୍ଗକୁ ଅମ୍ଲଜାନ ପହଞ୍ଚାଇବାଠାରୁ ଆରମ୍ଭ କରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ରକ୍ତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରକ୍ତ ଶରୀରର ପିଏଚ୍‌ ସ୍ତର ଏବଂ ଜଳସ୍ତର ମଧ୍ୟ ସଞ୍ଚାଳିତ କରିଥାଏ । ବେଳେ ବେଳେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଅପମିଶ୍ରଣ ହୋଇ ରକ୍ତ ଅପରିଷ୍କାର ହୋଇ ଯାଇଥାଏ । ରକ୍ତ ଅପରିଷ୍କାର ହେଲେ ବ୍ରଣ ହେବା, ଓଜନ କମ ହେବା ଏବଂ ଖୁବ୍‌ ଶୀଘ୍ର ଥକାପଣ ଆସିବା ଭଳି ସମସ୍ୟା ଦେଖାଯାଇଥାଏ । ଏ ସମସ୍ୟାର ସମାଧାନ ପାଇଁ ରକ୍ତ ପରିଷ୍କାର ରହିବା ଅତ୍ୟନ୍ତ ଜରୁରୀ । କିଡ୍‍ନି ଏବଂ ଯକୃତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଆପଣମାନେ ନିଜ ରକ୍ତକୁ ପରିଷ୍କାର ରଖି ପାରିବେ ।

 

କିଡ଼୍‍ନିକୁ ଠିକ୍‌ ରଖିବା ପାଇଁ ହେଲେ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ । କାରଣ ପାଣିର ସହାୟତାରେ କିନ୍‌ନିରେ ଥିବା ବିଷାକ୍ତ ଜିନିଷ ବାହାରକୁ ବାହାରି ଯାଇଥାଏ । ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ହୋଇଥାଏ ।

ଜାମୁକୋଳି ଖାଇବା ଦ୍ୱାରା ଯକୃତ ସୁସ୍ଥ ରହିବା ସହ ରକ୍ତ ଅପରିଷ୍କାର ହୋଇ ନ ଥାଏ ।
କଫି ପିଇବା ଦ୍ୱାରା ଯକୃତରୁ ସବୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହାଦ୍ୱାରା ରକ୍ତ ଅପରିଷ୍କାର ହେବା, ବ୍ରଣ ବା ଥକାପଣ ହେବା ଭଳି ସମସ୍ୟା ଦେଖାଯାଇ ନଥାଏ ।
ସେଓରେ ପେକ୍ଟିନ୍‌ ନାମକ ଫାଇବର ରହିଥାଏ । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହ ରକ୍ତକୁ ସ୍ୱଚ୍ଛ ରଖିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More