Only for Entertainment

ଏଣିକି ଟ୍ରେନରେ ବସି ଲାଇଭ ଦେଖିପାରିବେ କିଭଳି ଟ୍ରେନରେ ପ୍ରସ୍ତୁତ ହେଉଛି ଆପଣଙ୍କ ଖାଦ୍ୟ !

ndtv
24

ଭାରତୀୟ ରେଳ ଦ୍ୱାରା ପରିଚାଳିତ ଟ୍ରେନରେ ମିଳୁଥିବା ଖାଦ୍ୟ ପ୍ୟାକେଟରେ ଏବେ ବାରକୋଡ ରହିବ , ଯେଉଁଥିରେ ରେଳବାଇ ଅଧିକାରୀ ଏବଂ ଯାତ୍ରୀ ଏହା ଜାଣି ପାରିବେ ଯେ ଭୋଜନ କେଉଁ ରୋଷେଇଶାଳାରେ ପ୍ରସ୍ତୁତ ହୋଇଛି । ଏହାଦ୍ୱାରା ଯାତ୍ରୀମାନେ ଖାଦ୍ୟକୁ ନେଇ ଯେଉଁ ଅଭିଯୋଗ କରୁଛନ୍ତି ତାହା କିଛି ମାତ୍ରାରେ କମିବ । ରେଳମନ୍ତ୍ରୀ ପିୟୁଷ ଗୋୟଲ ସୋମବାର ଲୋକଙ୍କ ଇ-ଦୃଷ୍ଟି ଡାସବୋର୍ଡ ସମର୍ପିତ କରିଛନ୍ତି । ଏହି ମଉକାରେ ସେ କହିଛନ୍ତି ଟ୍ରେନରେ ଆଇଆରସିଟିସି ଦ୍ୱାରା ଦିଆଯାଉଥିବା ଖାଦ୍ୟ ପ୍ୟାକେଟରେ ବାର କୋଡ ରହିବ , ଏବଂ ଏହାସହ ରୋଷେଇଶାଳାର ନମ୍ବର ଏବଂ ପ୍ୟାକିଂ ସମୟ ଦିଆଯିବ ।

ରେଳବାଇ ସୂଚନା ପ୍ରଣାଳୀ କେନ୍ଦ୍ର ଦ୍ୱାରା ବନାଯାଇଥିବା ଡାସବୋର୍ଡରେ www.raildrishti.cris.org.in. ରେ ସର୍ଚ କରି ସବୁ ସୁବିଧା ପାଇ ପାରିବେ ।ଏଥିରେ ସମ୍ପର୍ଣ୍ଣ ଦେଶର ମୁଖ୍ୟ ରୋଷେଇଶାଳାର ଫଟୋ ମଧ୍ୟ ଲାଇଭ ଦେଖିପାରିବେ ।

ଏହାସହ ଅଧିକାରୀ କହିଛନ୍ତି ଏହି ସୁବିଧା ଅପ୍ରେଲ ଶେଷ ସୁଧା ନଚେତ ମେ’ ମାସ ସୁଧା ଲାଗୁ କରିଦିଆଯିବ । ଯାହାପରେ ରେଳବାଇର ସମସ୍ତ ଖାଦ୍ୟ ଉପରେ ବାର କୋଡ ରହିବ । ଏହାହେବା ଦ୍ୱାରା ଆଉ କୌଣସି ଅଭିଯୋଗ ଆସିବ ନାହିଁ ଏବଂ ଲୋକମାନେ ସୁରକ୍ଷିତ ଅନୁଭବ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More