Only for Entertainment

ଡାଏଟରେ ଥିଲେ ମଧ୍ୟ ଏହି ସବୁ ଖାଦ୍ୟ ଖାଇପାରିବେ

sf beach street grill
0 56

ଆଜିକାଲି ପ୍ରାୟ ଲୋକ ଡାଏଟରେ ରହିବାକୁ ପସନ୍ଦ କରୁଛନ୍ତି । କାରଣ ବ୍ୟସ୍ତ ବହୁଳ ଜୀବନ ଶରୀର ଉପରେ ବିଭିନ୍ନ କୁପ୍ରଭାବ ପକାଉଛି । ଯାହା ଦ୍ୱାରା ଶରୀରରେ ରୋଗ ବ୍ୟାଧି ସହିତ ଓଜନ ବୃଦ୍ଧି ମଧ୍ୟ ଏକ ବିରାଟ ସମସ୍ୟା ସୃଷ୍ଟି କରୁଛି । ଏହା ସହିତ କେମିକାଲ ମିଶା ଖାଦ୍ୟ ଓ ପନିପରିବା ମଧ୍ୟ ଏହାର ଏକ ବରାଟ କାରଣ । ତେବେ ଡାଏଟରେ ରହିବା ଦ୍ୱାରା କେତେକ ଖାଦ୍ୟ ଖାଇବାକୁ ନିଷେଧ କରାଯାଏ । ସେଥିପାଇଁ ମନ ଦୁଃଖ ମଧ୍ୟ ହୋଇଥାଏ । ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ବିନା ସଙ୍କୋଚରେ ମଧ୍ୟ ଖାଇହେବ ।

ପାଳଙ୍ଗ,ମେଥି ଏବଂ ସବୁଜ ପନିପରିବାରେ ପ୍ରଚୁର ପରିମାଣରେ ଲୌହ ରହିଥାଏ । ଏହାକୁ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଆଳୁ ଏବଂ ଟମାଟୋକୁ ମିଶା ଯାଇପାରିବ ।

ଖରାରେ ଶୁଖା ହୋଇଥିବା ଟମୋଟୋରେ ମଧ୍ୟ ଲୌହ ରହିଥାଏ । ଏହାକୁ ଅମଲେଟ,ପାସ୍ତା,ସାଲାଡ ଏବଂ ସ୍ୟାଣ୍ଡୱିଚରେ ମଧ୍ୟ ବ୍ୟବହାର କରାଯାଇ ପାରିବ ।

ରାଶି- ଏହା ସ୍ୱାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ । ଏହାକୁ ସାଲାଡ ଏବଂ ରୁଟିରେ ଯେକøଣସି ଭାବରେ ବ୍ୟବହାର କରି ସ୍ୱାଦ ବୃଦ୍ଧି କରି ଖାଇହେବ ।

ବନ୍ଧା କେବି-ଏହା ଆଂଟି ଅକ୍ସିଡେଂଟ,ଭିଟାମିନ,ଫୋଲେଟ ଏବଂ ଫାଇବର ଭରପୁର । ଏହା ସହିତ ଏଥିରେ ଲୌହ ମଧ୍ୟ ରହିଥାଏ । ଏହାକୁ ତରକାରୀ କିମ୍ବା ସାଲାଡରେ ବ୍ୟବହାର କରାଯାଇପାରିବ ।

ପିଚ-ଶୁଖାହୋଇ ରହିଥିବା ପିଚକୁ ପ୍ରତିଦିନ ଖାଇବା ଦ୍ୱାରା ଏହା ଶରୀରର ୯ ପ୍ରତିଶତ ଲୌହକୁ ପୂରଣ କରିଥାଏ ।

ଶୁଷ୍କ ଆପ୍ରିକଟ-ଏଥିରେ ଲୌହ ଏବଂ ଅନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଏହାକୁ କଂଚା ଭାବରେ କିମ୍ବା ଶୁଷ୍କ ଭାବରେ ଖାଇହେବ । ଏହା ସହିତ ଏହାକୁ ସଂରକ୍ଷଣ କରି ରଖି ମଧ୍ୟ ଖାଇହେବ ।

କିସମିସ- ଆଇରନରେ ଭରପୁର କିସମିସକୁ ଦହି,ସାଲାଡ କିମ୍ବା ଦଲିୟାରେ ମିଶାଇ ଖାଇ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More