Only for Entertainment

ଗରମ ଦିନରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇପାରେ ଅନେକ ସମସ୍ୟା

samaa
0 42

ଗରମ ଦିନରେ ଶରୀର ପ୍ରତି ଏବଂ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଯଦି ସ୍ୱାସ୍ଥ୍ୟର ଯତ୍ନ ନ ନିଆଯାଏ ଏହା ଫଳରେ ଆମକୁ ଅନେକ ଶାରୀରିକ ସମସ୍ୟାର ସମ୍ନା କରିବାକୁ ପଡିଥାଏ । ଏହି ସିଜିନରେ ଖାଦ୍ୟ ପାନୀୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଗରମ ଦିନରେ ଯଦି ଆପଣ ଖାଦ୍ୟ ପାନୀୟରେ ସଜାଗ ନ ରୁହଁନ୍ତି ତେବେ ପୁଡ ପଏଜନିଂଗ ପରି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଗରମ ଦିନରେ କେଉଁ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ।

ଛଣା ଖାଦ୍ୟ
ଗରମ ଦିନରେ ଛଣା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଅଧିକ ମାତ୍ରାରେ ମସଲା ଏବଂ ଛଣା ଖାଦ୍ୟ ଶରୀରର ମେଟାବୋଲିଜିମକୁ ବିଗାଡି ଦେଇଥାଏ । ଏହା ଫଳରେ ଶରୀର ଅସୁସ୍ଥ ହୋଇଥାଏ ।

ମାଂସ ଏବଂ ମାଛ
ଛଣା ଖାଦ୍ୟ ପରି ମାଂସ ଏବଂ ମାଛ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଏହାକୁ ଖାଇବା ଦ୍ୱାରା ଅଧିକ ଝାଳ ବୋହିଥାଏ ଫଳରେ ପାଚନ ତନ୍ତ୍ର ବିଗିଡି ଯାଇଥାଏ ।

ଜଙ୍କ ଫୁଡ
ଦିନରେ ଗୋଟିଏ ଥର ଜଙ୍କ ଫୁଡ ଖାଇଲେ ମଧ୍ୟ ଏହା ଶରୀର ପାଇଁ ହାନୀକାରକ ହୋଇଥାଏ । କାରଣ ଜଙ୍କ ଫୁଡରେ ଅତି କମରେ ୨୦୦୦ କ୍ୟାଲୋରୀ ରହିଥାଏ । ଅନ୍ୟପକ୍ଷରେ ଶରୀର ପାଇଁ ପୁରା ଦିନରେ ୨୦୦୦ କ୍ୟଲୋରୀ ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏହା ବ୍ୟତୀତ ଜଙ୍କ ଫୁଡରେ ଅଧିକ ଫ୍ୟାଟ ଏବଂ କମ ପରିମାଣରେ ପୋଷକ ତତ୍ୱ ରହିଥାଏ ।

ଅଣ୍ଡା
ଗରମ ଦିନରେ ଅଣ୍ଡା ଠାରୁ ଦୂରେଇ ରୁହନ୍ତୁ । ଗରମ ଦିନରେ ଏହାକୁ ଖାଇବା ଫଳରେ ସାଲମୋନେଲା ଇନଫେକ୍ସନର ଆଶଙ୍କା ଅଧିକ ରହିଥାଏ । ଏହା ଫଳରେ ଶରୀର ଅସପସ୍ଥ ହୋଇଥାଏ ।

ବାସୀ ଖାଦ୍ୟ
ଗରମ ଦିନରେ ବାସୀ ଖାଦ୍ୟ ଖାଆନ୍ତୁ ନାହିଁ । ବାସୀ ଖାଦ୍ୟରେ ୪୦ ଡିଗ୍ରୀରୁ ଅଧକ ତାପମାତ୍ରା ରହିଥାଏ ଯାହା ଫଳରେ ରିଆକ୍ସନ ହୋଇ ଏହା ବିସାକ୍ତ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More