Only for Entertainment

ବିଗ୍ ବସ୍ ପାଇଁ ସଲମାନଙ୍କ ବଡ ଡିମାଣ୍ଡ ଗୋଟିଏ ଏପିସୋଡ୍ ପାଇଁ ଚାର୍ଜ କଲେ ୧୪ କୋଟି !

TopYaps
0 23

ବିଗ୍ ବସ୍ ସିଜିନ୍ – ୧୨ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହି ରିୟାଲିଟି ଶୋ’ର ପ୍ରଥମ ପ୍ରୋମୋ ମଧ୍ୟ ରିଲିଜ୍ ହୋଇ ଯାଇଛି । ଆଉ ଏଥର ବି ଏହି ଶୋ’କୁ ହୋଷ୍ଟ କରିବାରେ ନଜର ଆସିବେ ବଲିଉଡ୍ ଦବଙ୍ଗ ଖାନ୍ ସଲମାନ୍ । ଆଉ ନିଜ ଫିଲ୍ମ ଭଳି ବିଗ୍ ବସ୍ ପାଇଁ ସଲମାନ୍ ରଖିଛନ୍ତି ବଡ ଡିମାଣ୍ଡ । ବିଗ ବସ୍ ସିଜିନ୍ ୧୨ ପାଇଁ ସଲମାନ୍ ଖାନ୍ ଏପିସୋଡ୍ ପିଛା ୧୪ କୋଟି ଟଙ୍କା ଚାର୍ଜ କରିଥିବା ଖବର ଏବେ ଚହଳ ସୃଷ୍ଟି କରିଛି ମାୟାନଗରୀରେ ।

ବଲିଉଡ୍ ସ୍ପାଏର ଏକ ରିପୋର୍ଟ ଅନୁସାରେ ସଲମାନ୍ ଖାନ୍ କଂଟ୍ରୋଭର୍ସିଆଲ୍ ଶୋ ବିଗ୍ ବସ୍ ସିଜିନ୍ ୧୨ ର ପ୍ରତ୍ୟେକ ଏପିସୋଡ୍ ପାଇଁ ୧୨ ରୁ ୧୪ କୋଟି ଟଙ୍କା ଚାର୍ଜ କରିଛନ୍ତି । ଆଉ ଉକ୍ତ ଚ୍ୟାନେଲ୍ ଓ ଶୋର ପ୍ରଯୋଜକ ମାନେ ସଲମାନଙ୍କ ତାଙ୍କ ମନ ମୁତାବକ ପାଉଣା ଦେବାକୁ ରାଜି ମଧ୍ୟ ହୋଇଛନ୍ତି । କାରଣ, ବିଗ୍ ବସ୍ ଶୋ’ର ମୁଖ୍ୟ ଆକର୍ଷଣ ସଲମାନ୍ ଖାନ୍ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସଲମାନଙ୍କ ପାଇଁ ଶୋ’ର ଚାହିଦା ଢେର୍ ବଢି ଯାଇଥାଏ । ଏବେ ଦେଖିବାକୁ ବାକି ରହିଲା ଏହି ମୋଟା ଅଙ୍କର ପାଉଣା ସହ ସଲମାନ୍ ଏଥର ବିଗ୍ ବସ୍ ସିଜିନ୍ରେ କି କମାଲ୍ ଦେଖାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More