Only for Entertainment

ରକ୍ତରେ ଆଇରନ ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ ଖାଆନ୍ତୁ ଏହି ସବୁ ଖାଦ୍ୟ

insidermedia
44

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନ ଥିବାରୁ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ସନ୍ତୁଳିତ ଏବଂ ପୋଷକ ତତ୍ତ୍ୱରେ ଭରପୂର ଥିବା ଖାଦ୍ୟ ଲୋକମାନେ ଖାଇବାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ରକ୍ତରେ ଆଇରନ୍‌ର ଅଭାବ ଦେଖା ଯାଇଥାଏ । ଠିକ୍‌ ଭାବରେ ଖାନ୍ୟ ନ ଖାଉଥିବାରୁ ଏବେ ଅଧିକାଂଶ ଲୋକଙ୍କ ଶରୀରରେ ଆଇରନର ଅଭାବ ଦେଖାଦେଉଛି । ଶରୀରରେ ଆଇରନର ଅଭାବ ହେଲେ ଅଧିକ ଥକାପଣ ଅନୁଭବ ହେବା, ମୁହଁ ଏବଂ ଆଖି ହଳଦିଆ ପଡ଼ିଯିବା, ଲଗାତାର ମୁଣ୍ଡ ପିନ୍ଧିବା, ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେବା ଭଳି ସମସ୍ୟା ଦେଖା ଯାଇଥାଏ । ତେବେ ଶରୀରରେ ହେଉଥିବା ଆଇରନର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ ଏହି ସବୁ ଜିନିଷ ଖାଇବା ଆରମ୍ଭ କରନ୍ତୁ ।

୧.ବିଟ୍‌ରେ ଆଇରନ୍‌ର ମାତ୍ରା ଭରପୂର ହୋଇ ରହିଥାଏ । ପ୍ରତିଦିନ ଏହାକୁ ସାଲାଡ଼୍‍ ବା ଜୁସ୍‌ କରି ପିଇବା ଆରମ୍ଭ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ରକ୍ତରେ ଆଇରନ୍‌ର ଅଭାବ ଦେଖାଯିବ ନାହିଁ ।

୨.ଆଇରନ୍‌ର ଅଭାବ ଦେଖାଗଲେ ପୋଇ, ବ୍ରୋକ୍‌ଲି, ପତ୍ର କୋବି,ଫୁଲ କୋବି ଇତ୍ୟାଦି ପରିବା ଖାଇବା ଆରମ୍ଭ କରନ୍ତୁ । ନିୟମିତ ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହେବା ସହ ରକ୍ତରେ ଆଇରନ୍‌ର ମାତ୍ରା ଠିକ୍‌ ରହିଥାଏ ।

୩.ତରଭୂଜ,ସେଓ,ଅଙ୍ଗୁର,କିସ୍‌ମିସ୍‌,ଡ଼ାଳିମ୍ବ ଇତ୍ୟାଦିରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ ।ଏହା ଆନେମିଆକୁ ଦୂର କରିଥାଏ । ପ୍ରତିଦିନ ଗୋଟିଏ ଲେଖାଏ ଡ଼ାଳିମ୍ବ ଖାଇବା ଆରମ୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More