Only for Entertainment

ସ୍ଲିମ ରହିବାକୁ ଚାହୁଛନ୍ତି, ତେବେ ବୟଫ୍ରେଣ୍ଡଙ୍କ ଠାରୁ ରୁଅନ୍ତୁ ଦୂରେଇ !

psychprofessionals
0 143

ଆଜିକାଲିର ଯୁବକ ଯୁବତୀମାନେ ଯେପର୍ୟ୍ୟନ୍ତ ବୟଫ୍ରେଣ୍ଡ ବା ଗର୍ଲଫ୍ରେଣ୍ଡ ପାଇ ନାହାନ୍ତି ସେଯାଏଁ ବସି ପାରନ୍ତି ନାହିଁ। ଏମାନଙ୍କ ମଧ୍ୟରୁ ଅନେକ ଏପରି ବି ଅଛନ୍ତି ଯେଉଁମାନେ ଏକ ସମୟରେ ଅଧିକ ସଂଖ୍ୟକ ବୟଫ୍ରେଣ୍ଡ ବା ଗର୍ଲଫ୍ରେଣ୍ଡ ବନାଇ ଥା’ନ୍ତି । ଏକ ଅଧ୍ୟୟନରୁ ଜଣାଯାଇଛି ଯେ ଯେଉଁ ଯୁବତୀମାନେ ବୟଫେଣ୍ଡଙ୍କ ସହ ସଂପର୍କ ରଖନ୍ତି ସେମାନେ ଶୀଘ୍ର ମୋଟି ହୋଇଯାଆନ୍ତି । କାରଣ ବୟଫ୍ରେଣ୍ଡ ବନାଇବାର ଅର୍ଥ ହେଲା ଡେଟ୍ରେ ଯିବା ପୁଣି ତାଙ୍କ ସହ ଖାଦ୍ୟ ପାନୀୟ ଗ୍ରହଣ କରିବା ।

ଏହି ସମୟରେ ଖାଇବା ପିଇବାରେ ସତର୍କତା ଅବଲମ୍ବନ କରାଯାଇପାରେ ନାହିଁ । ତା’ଛଡ଼ା ଅନେକ ସମୟରେ ବାହାର ବିଶେଷ କରି ହୋଟେଲ୍ ଏବଂ ରେସ୍ତୁରାଁରେ ଖାଇଲେ ଶରୀରର ଓଜନ ବଢ଼ିବା ସ୍ୱାଭାବିକ ।

ଏହି ସମୟରେ ଯୁବତୀମାନେ ନିଜର ଫିଗର୍ ଅପେକ୍ଷା ବୟଫ୍ରେଣ୍ଡକୁ ଖୁସ୍ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେମାନେ ଭୁଲି ଯାଆନ୍ତି ଯେ ପୁରୁଷମାନଙ୍କର ମେଟାବୋଲିସିମ୍ ତୁଳନାରେ ମହିଳାମାନଙ୍କ ଅପେକ୍ଷା ଅଧିକ କ୍ଷିପ୍ର । ତାଛଡ଼ା ଆପଣ ବୟଫ୍ରେଣ୍ଡ ପାଇଁ ନିଜର ଦିନଚର୍ୟ୍ୟାରେ ବ୍ୟାପକ ପରିବର୍ତ୍ତନ କରିଥାନ୍ତି । ଏଥିରେ ବ୍ୟାୟାମ କରିବା କିମ୍ବା ଜିମ୍ ଯିବା ଆଦି କାମକୁ ମଧ୍ୟ ଭୁଲି ଯାଆନ୍ତି ।

ଅନେକ ସମୟରେ ବିଳମ୍ବିତ ରାତିରେ ଘରକୁ ଫେରିବା ଯୋଗୁଁ ଶରୀରର ଓଜନ ବଢ଼ିଥାଏ । ଏହା ଶରୀରର ଅନ୍ୟ କ୍ଷତି ମଧ୍ୟ କରିଥାଏ । ଏଣୁ ସର୍ବପ୍ରଥମେ ନିଜକୁ ସମୟ ଦିଅନ୍ତୁ । ଆଉ ସ୍ଲିମ୍ଟ୍ରିମ୍ ରହିବାକୁ ଚାହୁଁଥିଲେ ବୟଫ୍ରେଣ୍ଡଠୁ ଦୂରରେ ରହନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More