Only for Entertainment

ବାର୍ଷିକ ୨୫୩.୨୫ କୋଟି ଆୟ ସହ ଫୋର୍ବ୍ସ ତାଲିକାର ଶୀର୍ଷରେ ସଲମାନ ଖାନ, ଅଭିନେତ୍ରୀଙ୍କ ମଧ୍ୟରେ ଦୀପିକା ଆଗରେ ।

dnaindia
38

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଫୋର୍ବ୍ସ ମ୍ୟାଗାଜିନ ଭାରତର ୧୦୦ ସେଲିବ୍ରିଟିଙ୍କ ବାର୍ଷିକ ଆୟ ତାଲିକା ପ୍ରକାଶ କରିଛି । ଏହି ଲିଷ୍ଟରେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ନାମ ଶୀର୍ଷରେ ରହିଛି । ୧ ଅକ୍ଟୋବର ଠାରୁ ଆରମ୍ଭ କରି ୩୦ ସେପ୍ଟେମ୍ବର ୨୦୧୮ ମଧ୍ୟରେ ଟିଭି, ଆଡ ଫିଲ୍ମ ଏବଂ ଫିଲ୍ମ ମାଧ୍ୟମରେ ୨୫୩.୨୫ କୋଟି ଆୟ କରି ସଲମାନ ଖାନ ଦେଶର ସବିୁଠାରୁ ହାଇଏଷ୍ଟ ପେଡ ସେଲିବ୍ରିଟି ହୋଇ ତାଲିକାର ଟପରେ ରହିଛନ୍ତି । ଏହା ସହିତ ସଲମାନ ତୃତୀୟ ଥର ପାଇଁ ଏହି ଲିଷ୍ଟର ଟପରେ ରହିଛନ୍ତି ।

forbes-list-100-celebrities-salman-khan

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ନାମ ରହିଛି । ବିରାଟ କୋହଲିଙ୍କ ବାର୍ଷିକ ଆୟ ରହିଛି ୨୨୮.୦୯ କୋଟି । ୧୮୫ କେଟି ସହିତ ଅକ୍ଷୟ କୁମାର ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଅଭିନେତ୍ରୀ ଦୀପିକା ପାଦୁକୋନ ୧୧୨.୮ କୋଟି ବାର୍ଷିକ ଆୟ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ଦୀପିକା ମହିଳା ସେଲିବ୍ରିଟିଙ୍କ ମଧ୍ୟରେ ଟପରେ ରହିଛନ୍ତି । ଭରତୀୟ ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ୧୦୧.୭୭ କୋଟି ସହିତ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ।

forbes-deepika-padukone

କହିରଖୁଛୁ ଯେ, ଗତ ବର୍ଷ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଶାହରୁଖ ଖାନଙ୍କ ନାମ ରହିଥିଲା । ଚଳିତ ବର୍ଷ ଶାହରୁଖ ତଳକୁ ଖସି ୧୩ ତମ ସ୍ଥାନରେ ଅଛନ୍ତି ।

ଦେଖନ୍ତୁ ପୂରା ତାଲିକା –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More