Only for Entertainment

ଜନ୍ମଦିନରେ ନୂଆ ଫିଲ୍ମର ଘୋଷଣା କଲେ ଆମୀର ଖାନ, ‘ସରଦାର’ ଭୂମିକାରେ ଆସିବେ ନଜର

Latestly
21

 ବଲିଉଡ ଅଭିନେତା ଆମୀର ଖାନଙ୍କ ନିଜର ଅନେକ ଫିଲ୍ମ ମାଧ୍ୟମରେ ଲୋକଙ୍କ ମନୋରଂଜନ କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମକୁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଠଗ୍ସ ଅଫ ହିନ୍ଦୋସ୍ତାନ ଫ୍ଲପ ହେବା ପରେ ସେ କେଉଁ ଫିଲ୍ମରେ ନଜର ଆସିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ତେବେ ଆମୀରଙ୍କ ସହିତ କିଛି ସମୟରୁ ଅନେକ ପ୍ରୋଜେକ୍ଟ ଯୋଡି ହେବାରେ ଲାଗିଛି । କିନ୍ତୁ ଗୁରୁବାର ସେ ଘୋଷଣା କରିଛନ୍ତି ଯେ, ସେ ୧୯୯୪ରେ ଆସିଥିବା ଓସ୍କାର ବିଜେତା ଫିଲ୍ମ ‘ଫରେଷ୍ଟ ଗମ୍ପ୍ସ’ର ରିମେକରେ ନଜର ଆସିବେ । ଆମୀର ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମରେ ସେ ଜଣେ ସରଦାର ଭୂମିକାରେ ନଜର ଆସିବେ । ଯେଉଁଥିପାଇଁ ତାଙ୍କୁ ୨୦ କିଲୋ ଓଜନ କମ୍ କରିବାକୁ ପଡିବ ।

 

ଆମୀର ଗୁରୁବାର ନିଜର ୫୪ ତମ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ଏହି ଅବସରରେ ସେ ମିଡିଆ ସହିତ କେକ କାଟିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ତାଙ୍କ ପ୍ରଡକ୍ସନ ହାଉସ ‘ଫରେଷ୍ଟ ଗମ୍ପ୍ସ’ର ରାଇଟସକୁ କିଣି ନେଇଛି ଏବଂ ଖୁବ ଶୀଘ୍ର ଫିଲ୍ମର କାମ ଆରମ୍ଭ ହେବ । ଫିଲ୍ମ ସୁଟିଂ ହେବାର ୬ ମାସ ପୂର୍ବରୁ ଆମୀରଙ୍କୁ କଡା ପରିଶ୍ରମ କରିବାକୁ ପଡିବ କାରଣ ଫିଲ୍ମ ପାଇଁ ସେ ୨୦ କିଲୋ ଓଜନ କମାଇବେ ।

ଆମୀର ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଆଗାମୀ ଫିଲ୍ମର ନାମ ‘ଲାଲ ସିଂ ଚଢା’ ହେବ । ଯାହାକୁ ସିକ୍ରେଟ ସୁପରଷ୍ଟାରର ନିର୍ଦ୍ଦେଶକ ଅଦବୈତ ଚନ୍ଦନ ନିର୍ମାଣ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More