Only for Entertainment

ସେକ୍ସୁଆଲିଟି ନୁହେଁ, ଚାରି ଝିଅଙ୍କ ଜୀବନର ଆଇନା ହେଉଛି ‘ଫୋର ମୋର ସଟସ ଫ୍ଲିଜ’ ।

bollywood tadka
44

ଆମାଜନ ପ୍ରାଇମ ଭିଡ଼ିଓ ଅରିଜିନାଲ ସିରିଜ ‘ଫୋର ମୋର ସଟସ ଫ୍ଲିଜ’ର ଟ୍ରେଲର ରିଲିଜ ପରେ ଖୁବ ଚର୍ଚ୍ଚାରେ ରହିଛି । ଏହି ୱେବସିରିଜ ୪ଟି ଝିଅଙ୍କର ଜୀବନର କାହାଣୀ । ଏହି ସିରିଜରେ ସୟାନୀ ଗୁପ୍ତା, କୀର୍ତ୍ତି ଗୁଲହାରୀ, ବାଣୀ ଜେ ଏବଂ ମାନବୀ ଗଗରୁ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଏହା ସହିତ ଆପଣ ପ୍ରତୀକ ବବର, ଲିଜା ରେ, ମିଲିନ୍ଦ ସୋନମ ଏବଂ ନୀଲ ଭୂପାନମଙ୍କୁ ମଧ୍ୟ ଏହି ସିରିଜରେ ଦେଖିପାରିବେ । କିର୍ତ୍ତୀ ସିଙ୍ଗଲ ମଦର, ସୟାନୀ ପତ୍ରକାର ଚରିତ୍ରରେ ନଜର ଆସିବେ । ବାଣୀ ଜଣେ ବାଇସେକ୍ସୁଆଲ ଚରିତ୍ରରେ ନଜର ଆସିବେ, ଯିଏ ଜଣେ ଫିଟନେସ ଟ୍ରେନର । ମାନବୀ ସିଦ୍ଧି ଚରିତ୍ରରେ ନଜର ଆସିବେ ଯିଏ ନିଜ ପାଇଁ ବରଂ ଖୋଜୁଥିବ ।

ମାନବୀଙ୍କ କହିବା ଅନୁସାରେ ସିରିଜରୁ ସେନ୍ସର ବୋର୍ଡ଼ କିଛି ସିନ କାଟିଦେବବେ ବୋଲି ସେମାନେ ଭାବିଥିବା ବେଳେ କୌଣସି ଦୃଶ୍ୟକୁ କଟାଗଲା ନାହିଁ । ଏହି ସିରିଜ ୨୫ ଜାନୁୟାରୀକୁ ଆମାଜନ ପ୍ରାଇମରେ ରିଲିଜ କରାଯିବ । ତେବେ ଏହାର ଟ୍ରେଲରକୁ ଏପର୍ଯ୍ୟନ୍ତ ୧ ମିଲିଅନରୁ ଅଧିକ ଥର ଦେଖା ସରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More