ରେସ୍ ଜିତିବା ପାଇଁ ଘୋଡା କଲା ଏପରି କାମ, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ !
ଫ୍ରାନ୍ସରେ ଘୋଡା ରେସ ଚାଲିଥିବା ବେଳେ ଏପରନି କିଛି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ୟାରିସ ପାଖରେ ଥିବା ମେସନ ଲାଫିଟେ ରେସକୋର୍ସରେ ଗୋଟିଏ ଘୋଡା ରେସ ଚାଲିଥିବା ସମୟରେ ପ୍ରତିଦ୍ୱନ୍ଧୀ ଘୋଡାକୁ କାମୁଡିବା ପାଇଁ ପ୍ରୟାସ କରିଥିଲା । ପ୍ରତିଦ୍ୱନ୍ଦୀଙ୍କ ଘୋଡା ଆଗକୁ ବଢିବାରୁ ଘୋଡାଟି ସେହି ଘୋଡାର ଜକିଙ୍କୁ କାମୁଡି ଦେଇଥିଲା । ଏହିଭଳି ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଘୋଡାର ନାମ ପାଲୋମ୍ବା ବେଲି କୁହାଯାଉଛି । ଏହି ଘୋଡାଟି ପ୍ରତିଦ୍ୱନ୍ଧୀ ଜକିଙ୍କ ପାଖକୁ ଯାଇ ତାଙ୍କୁ କାମୁଡିବାକୁ ପ୍ରୟାସ କରୁଛି । ରେସ ଜିତିବା ପାଇଁ ଘୋଡାଟି ଏପରି କରିଥିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
#MaisonsLaffitte
Dans l’emballage final du Prix Joubert, Palomba (@MaxSamGuyon / C. Laffon-Parias) a mordu le bras de François-Xavier Bertras. Grande favorite, elle finit deuxième derrière Lucky Lycra. pic.twitter.com/N6SX4N0TJv— Equidia (@equidia) September 4, 2019
ଖବର ଅନୁସାରେ ଘୋଡାଟି ଆକ୍ରମଣ କରିଥିବା ଜକିଙ୍କ ନାମ ଫ୍ରେକୋଇସ ଜୋବିୟର ବଟ୍ରାସ । ଏହି ଘଟଣାରେ ବଟ୍ରାସଙ୍କୁ କୌଣସି କ୍ଷତି ହୋଇନାହିଁ । ରେସ ପୂରା ଦେବା ପରେ ହିଁ ସେ ଦେଖିଥିଲେ ଘୋଡାଟି ତାଙ୍କୁ କାମୁଡିଛି କି ନାହିଁ । ଏହି ଘଟଣାକୁ ନେଇ ବଟ୍ରାସ କହିଛନ୍ତି ରେସ ଶେଷ ହେବା ପରେ ଏହାକୁ ମୁଁ ପୁନର୍ବାର ଦେଖିଥିଲି । ଘୋଡାଟି ମୋତେ ତିନିଥର ଆକ୍ରମଣ କରିଥିଲା । ମାତ୍ର ସଫଳ ହୋଇପାରିଲା ନାହିଁ ।