Only for Entertainment

ରିଲିଜ ହେଲା ଅର୍ସଦ ୱାରସିଙ୍କ ଆଗାମୀ ଫିଲ୍ମ ‘ଫ୍ରଡ୍ ସୈୟାଁ’ର ଟ୍ରେଲର

Firstpost
25

ଆଗାମୀ ବଲିଉଡ୍ କମେଡି- ଡ୍ରାମା ଫିଲ୍ମ ଫ୍ରଡ୍ ସୈୟାଁର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଟ୍ରେଲରରେ ସ୍ଥାନ ପାଇଛି ଅଭିନେତା ଅର୍ସଦ ୱାରସିଙ୍କ ଫ୍ରଡ୍ ଅବତାର୍ । ଭୋଲା ପ୍ରସାଦ ତ୍ରିପାଠୀ । ଯିଏ କି ଭିନ୍ନ ଭିନ୍ନ ସ୍ଥାନ ବୁଲି ସେଠାରେ ଧନି ଝିଅଙ୍କୁ ଫସାଇ ତାଙ୍କୁ ମ୍ୟାରେଜ୍ କରେ । ଏବଂ ଟାଙ୍କ ଠାରୁ ଟଙ୍କା ଠକି ନେଇ ପଳାଏ । ଇଏ ହେଉଛି ଭୋଲା ପ୍ରସାଦର ବିଜନେସ୍ । ଏମିତି ଏକାଧିକ ଝିଅଙ୍କୁ ଫସାଇଥିବା ଭୋଲାକୁ କିନ୍ତୁ ଭସାଇଦିଏ ଜଣେ ଡାକୁ ଚନ୍ଦା । ଆଉ ସେ ଭୋଲାକୁ କରେ କିଡନାପ୍ । ଏବଂ ସେ ଭୋଲା ସହ ବିବାହ କରି ତାକୁ ନିଜ ପାଖରେ ରଖିବାକୁ ଚାହେଁ । ଏକାଧିକ ଝିଅଙ୍କୁ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ଭୋଲା, ଶେଷରେ ଫସିଯାଏ ଚନ୍ଦା ପାଖରେ । ଚଳଚ୍ଚିତ୍ର ଫ୍ରଡ୍ ସୈୟାଁରେ ଦେଖିବାରୁ ମିଳିବ ଭରପୁର୍ କମେଡି । ସିନେମାରେ ଭୋଲା ପ୍ରସାଦ ତ୍ରିପାଠୀ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ଅର୍ସଦ ବାର୍ସି । ତାଙ୍କ ସହ ଅଭିନେତା ସୌରଭ ଶୁକ୍ଳାଙ୍କୁ ଅନ୍ୟ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ପ୍ରକାଶ ଝାଙ୍କ ପ୍ରଯୋଜନାରେ ଏହି ସିନେମାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୌରଭ ଶ୍ରୀବାସ୍ତବ । ଏହି ସିନେମାର କାହାଣୀ ମଧ୍ୟ ଦେଇଛନ୍ତି ସୌରଭ । ଏହି ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି ଓ ସୋହେଲ୍ ସୈନ୍ । ୧୮ ଜାନୁୟାରୀରେ ପରଦାକୁ ଆସିବ ଚଳଚ୍ଚିତ୍ର ଫ୍ରଡ୍ ସୈୟାଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More