Only for Entertainment

ଓଲିଉଡକୁ ଆସୁଛନ୍ତି ଏହି ଫ୍ରେସ ଯୋଡି !

facebook
0 44

ପ୍ରଯୋଜକ, ନିର୍ଦ୍ଦେଶକମାନେ ଅନେକସମୟରେ ନୂଆ ନୂଆ ଯୋଡିଙ୍କୁ ନିଜ ସିନେମାରେ ନେଇଥାନ୍ତି। ଖୁବ୍ ଶୀଘ୍ର ଦର୍ଶକ ଏକ ନୂଆ ଯୋଡିକୁ ପରଦାରେ ଦେଖିବାକୁ ପାଇବେ । ରେଞ୍ଜ ରୟାଲ ସିନେଲ୍ୟାବ ବ୍ୟାନର ପକ୍ଷରୁ ପ୍ରସ୍ତୁତ ନୂଆ ଓଡିଆ ସିନେମା ‘ଯୋଗୀ’କୁ ନେଇ ଜୋର ଚର୍ଚ୍ଚା ଧରିଛି ଓଲିଉଡରେ । ଏହି ଯୋଡି ହେଲେ ଆର୍ୟ୍ୟନ୍-ନିକିତାଙ୍କ ଯୋଡି । ଏହି ସିନେମାରେ ଦେଖିବାକୁ ପାଇବେ ଏକ ନୂଆ ଯୋଡି । ହଁ ଏହି ଯୋଡି ଯେଉଁ ସିନେମାରେ ପ୍ରଥମ ଥର ଲାଗି ନଜର ଆସିବେ ତାହାର ଟାଇଟଲ ହେଲା ‘ଯୋଗୀ’ । ଏଥିରେ ଆର୍ୟ୍ୟନ୍ଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ପ୍ରଭୁ।

aryanଏକ ଭିନ୍ନ ସ୍ୱାଦରେ ପ୍ରସ୍ତୁତ କରାଯାଇଛି ଏହି କାହାଣୀ । କାହାଣୀ ଅନୁଯାୟୀ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ । ଆଉ ସେ ଜଣେ ଗାନ୍ଧିବାଦୀ ପରିବାରର ଝିଅକୁ ଭଲ ପାଉଛି । ଏହି ସିନେମାରେ ଆର୍ୟ୍ୟନଙ୍କ ବିପକ୍ଷରେ ଅଛନ୍ତି ଓଲିଉଡର ଜଣାଶୁଣା ଶିଶୁ କଳାକାର ନିକିତା ମିଶ୍ର। ଏଥିରେ ନିକିତାଙ୍କ ଭୂମିକା ହେଲା ଗାନ୍ଧିବାଦୀ ପରିବାରର ଝିଅ। ଉଭୟଙ୍କର ପ୍ରେମ ଫେସ ବୁକରେ ହୁଏ। ତାପରେ ସେମାନଙ୍କ ଜୀବନରେ କି ପରିବର୍ତ୍ତନ ଆସେ ତାହାକୁ ନେଇ କାହାଣୀ ଗତିଶୀଳ। କଟକର ଝିଅ ନିକିତାଙ୍କ ସହ ତାଙ୍କର ଯୋଡି ଜମିଯିବ ବୋଲି ଆର୍ୟ୍ୟନ୍ ଆଶବାଦୀ। ତା’ଛଡ଼ା ‘ଯୋଗୀ’ ସିନେମା ତାଙ୍କ କ୍ୟାରିଅରକୁ ନୂଆ ମୋଡ ଦେବ ବୋଲି ବି ସେ କହିଛନ୍ତି।

‘ଯୋଗୀ’ରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ଜୟୀରାମ ସାମଲ, ସ୍ମିତା ମହାନ୍ତି ,ହର ରଥ ,ମନୋଜ ମିଶ୍ର,ଶ୍ୟାମଳେନ୍ଦୁ ଏବଂ ଅରବିନ୍ଦ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଦୀପକ କୁମାର ଏହାର ସଙ୍ଗୀତ ନିର୍ଦ୍ଦେଶକ। ଇତିମଧ୍ୟରେ ଏହାର ପୋଷ୍ଟ ପ୍ରଡକସନ୍ କାମ ସରିବାପରେ ଏହାର ପ୍ରମୋସନ୍ ବି ଆରମ୍ଭ ହୋଇଯାଇଛି। ଏହାର ପ୍ରଯୋଜକ ଶ୍ରୀଧର ମାର୍ଥା ଏବଂ ନିରଞ୍ଜନ ବେହେରା ନିର୍ଦ୍ଦେଶକ। ଏହି ଫ୍ରେସ୍ ଯୋଡି କି କମାଲ୍ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More