Only for Entertainment

ଫିଲ୍ମ ଫ୍ରାଇଡେ’ରେ ରିଲିଜ ହେଲା ତିନୋଟି ଭିନ୍ନ ସ୍ୱାଦର ଫିଲ୍ମ ‘ଲଭଯାତ୍ରୀ’, ‘ଅନ୍ଧାଧୁନ’ ଏବଂ ‘ଲୁପ୍ତ’

Dainik Bhaskar
25

ଫିଲ୍ମ ଫ୍ରାଇଡେରେ ବକ୍ସ ଅଫିସରେ ରିଲିଜ ହୋଇଛି ଚାରୋଟି ଭିନ୍ନ ସ୍ୱାଦର ଫିଲ୍ମ । ସେଗୁଡିକ ହେଉଛି ଲଭଯାତ୍ରୀ, ଅନ୍ଧାଧୁନ ଏବଂ ଲୁପ୍ତ ।

ଲଭଯାତ୍ରୀ-
ଫିଲ୍ମ ‘ଲଭଯାତ୍ରୀ’ ବିଷୟରେ କହିବାକୁ ଗଲେ ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ଏହି ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରିଛନ୍ତି । ଏହା ସହିତ ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିବା ଅଭିନେତ୍ରୀ ବରିନା ହୁସୈନଙ୍କର ମଧ୍ୟ ଏହା ବଲିଉଡ ଡେବ୍ୟୁ ଫିଲ୍ମ । ଏହି ଫିଲ୍ମର କାହାଣୀ ଏକ ଲଭ ଷ୍ଟୋରୀ ଉପରେ ଆଧାରିତ । ଫିଲ୍ମରେ କ’ଣ ସବୁ ଟ୍ୱିଷ୍ଟ ରହିଛି ତାହା ଆପଣ ଫିଲ୍ମ ଦେଖିଲାପରେ ହିଁ ଜାଣିପାରିବେ । ଫିଲ୍ମର ଗୀତଗୁଡିକ ଦର୍ଶକଙ୍କ ମନକୁ ଖୁବ ଛୁଇଁଛି । ସଲମାନ ଖାନଙ୍କ ପ୍ରଡକ୍ସନ ହାଉସ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ।

ଅନ୍ଧାଧୁନ-
ଆୟୁଷ୍ମାନ ଖୁରାନା, ତବୁ ଏବଂ ରାଧିକା ଆପ୍ଟେଙ୍କ ଫିଲ୍ମ ‘ଅନ୍ଧାଧୁନ’ ମଧ୍ୟ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମରେ ଆୟୁଷ୍ମାନ ଖୁରାନା ଏକ ଅନ୍ଧ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀରାମ ରାଘବନ । ଫିଲ୍ମରେ ଅମିତ ତ୍ରୀବେଦୀ, ରଫତାର ଏବଂ ଗୀରିଷ ନକୋଡ ମ୍ୟୁଜିକ ଦେଇିଛନ୍ତି । ଫିଲ୍ମର ଟ୍ରେବଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଫିଲ୍ମ ଲଭଯାତରୀକୁ ଟକ୍କର ଦେବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଲୁପ୍ତ-
ଏହି ଦୁଇଟି ଫିଲ୍ମ ବ୍ୟତୀତ ବକ୍ସ ଅଫିସରେ ହରର ଫିଲ୍ମ ‘ଲୁପ୍ତ’ ମଧ୍ୟ ରିଲିଜ ହୋଇଛି । ଫିଲ୍ମ ‘ଲୁପ୍ତ’ ଏକ ସୁପରନ୍ୟାଚୁରାଲ ହରର ଫିଲ୍ମ । ଫିଲ୍ମରେ ଜାବେଦ ଜାଫରୀ ଲିଡ ରୋଲରେ ନଜର ଆସିଛନ୍ତି । ପିଲ୍ମର ଲୁପ୍ତର କାହାଣୀ ହର୍ଷ ଟଣ୍ଡନ ଏବଂ ତାଙ୍କ ପରିବାର ଉପରେ ଆଧାରିତ । ହର୍ଷ ଏକ ବଡ ବଜନେସମ୍ୟାନ ଯିଏ ପରିବାର ଠାରୁ ବ୍ୟବସାୟକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ତେବେ ଇତି ମଧ୍ୟରେ ହର୍ଷଙ୍କୁ ଏକ ଆତ୍ମା ଦେଖାଯାଇଥାଏ । ଏହା ପରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । କିନ୍ତୁ ଏହା ସବୁ ତାଙ୍କ କାମ ଏବଂ ଥକ୍କାର କାରଣ ବୋଲି ଡାକ୍ତର କହିଥାନ୍ତି ଏବଂ କାମରୁ ବ୍ରେକ ନେବା ପାଇଁ କହିଥାନ୍ତି । ଏହା ପରେ ତାଙ୍କ ସହିତ କ’ଣ ସବୁ ଘଟୁଛି ତାହା ଫିଲ୍ମରେ ଦେଖିବାକୁ ମିଳିଛି ।

ତେବେ ଦେଖିବାକୁ ବାକି ରହିଲା ଏହି ତିନୋଟି ଫିଲ୍ମ ମଧ୍ୟରୁ ଦର୍ଶକ କେଉଁଟିକୁ ଅଧିକ ପସନ୍ଦ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More