Only for Entertainment

ଫ୍ରାଇଡେ ରିଲିଜ୍ : ପରଦାକୁ ଆସିଲା ଦୁଇଟି ଭନ୍ନ ସ୍ୱାଦର ଫିଲ୍ମ ‘ମିତ୍ରୋଁ’ ଏବଂ ‘ମନମର୍ଜିୟାଁ’ ।

Popdiaries
0 36

ପରଦାକୁ ଆସିଲା ଦୁଇଟି ଭିନ୍ନ ସ୍ୱାଦର ଚଳଚ୍ଚିତ୍ର । ଗୋଟିଏ ପଟେ ରହିଛି ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ‘ମିତ୍ରୋଁ’ । ଯେଉଁଥିରେ ଲିଡ୍ ଭୂମିକାରେ ଜ୍ୟାକି ଭଗନାନୀ ଓ କ୍ରିତିକା କମରାଙ୍କୁ ଲିଡ୍ ଭୂମିକାରେ ଦେଖିବାକୁ ମିଳିଛି । ଏହି ସିନେମାକୁ ଟକ୍କର୍ ଦେବା ପାଇଁ ରିଲିଜ୍ ହୋଇଛି ଅନୁରାଗ କଶ୍ୟପଙ୍କ ଟ୍ରାଙ୍ଗୁଲାର୍ ପ୍ରେମକାହାଣୀ ‘ମନମର୍ଜିୟାଁ’ । ଯେଉଁଥିରେ ଅଭିନେତା ଅଭିଷେକ ବଚ୍ଚନ୍, ତାପସି ପନ୍ନୁ ଓ ବିକି କୌଶଲଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି ।

ଫ୍ରାଇଡେ ରିଲିଜ୍ରେ ବଲିଉଡ୍ ବକ୍ସ ଅଫିସରେ ମୁକ୍ତିଲାଭ କରିଛି ଟ୍ରାଙ୍ଗୁଲାର୍ ଲଭଷ୍ଟୋରୀ ‘ମନମର୍ଜିୟାଁ’ । ଫିଲ୍ମରେ ଅଭିଷେକ ବଚ୍ଚନ, ତାପସି ପନ୍ନୁ ଓ ଭିକି କୌଶଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ରୁମି ଓ ଭିକି ପରସ୍ପରକୁ ବହୁତ ଭଲ ପାଆନ୍ତି । ମାତ୍ର ପରେ ରୁମିର ବିବାହ ରୋବି ନାମକ ଯୁବକ ସହ ସ୍ଥିର ହୋଇଯାଏ । ସିନେମାରେ ପଂଜାବର ପ୍ରେମ କାହାଣୀକୁ ସ୍ଥାନ ଦେଇଛନ୍ତି ମେକର୍ । ଯେଉଁଥିରେ ଭିିକି ଚରିତ୍ରରେ ଭିକି କୌଶଲ୍, ରୁମି ଚରିତ୍ରରେ ତାପସି ପନ୍ନୁ ଏବଂ ରୋବି ଚରିତ୍ରରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ମିଳିଛି । ୨ ବର୍ଷର ବ୍ୟବଧାନ ପରେ ପରଦାରେ ଅଭିଷେକ ବଚ୍ଚନଙ୍କ ଅଭିନୟ ଦେଖିବାକୁ ମିଳିଛି । ସିନେମାରେ ଅଶୁର୍ କୌର୍, ଅକ୍ଷୟ ଅରୋରା, ପବନ ମଲହୋତ୍ରା, ଗୁରୁପ୍ରୀତ ଭାଙ୍ଗୁଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଆନନ୍ଦ ଏଲ୍ ରାୟ ଓ ବିକ୍ରମାଦିତ୍ୟ ମୋଟୱାନିଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ କଶ୍ୟପ । ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଅମିତ୍ ତ୍ରିବେଦୀ । ଭିନ୍ନ ସ୍ୱାଦର ୫ଟି ଗୀତକୁ ଏହି ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ ।

ଏହି ସିନେମାକୁ ଟକ୍କର ଦେବା ପାଇଁ ପରଦାକୁ ଆସିଛି ରୋମାଂଟିକ୍ – ଡ୍ରାମା ଚଳଚ୍ଚିତ୍ର ମିତ୍ରୋଁ । ଏହି ସିନେମା ଜଣେ ବେକାର ଯୁବକ ଜୟ ର ଲାଇଫକୁ ନେଇ ଗତିଶୀଳ ହୋଇଛି । ଯାହାର ପରିବାର ଲୋକେ ତାକୁ ଦାୟିତ୍ୱସମ୍ପନ୍ନ କରିବା ପାଇଁ ତାର ବିବାହ କରିବା ପାଇଁ ସ୍ଥିର କରନ୍ତି । ହେଲେ ଜୟର ଇଚ୍ଛା ବ୍ୟବସାୟ କରିବା । ଆଉ ଅବନି ସହ ଜୟର ବିବାହ ସ୍ଥିର ହୁଏ । ହେଲେ ଅବନି ଓ ଜୟ ମିଳିତ ଭାବେ ନିଜର ବ୍ୟବସାୟ ଆରମ୍ଭ କରନ୍ତି । ଆଉ ମିତ୍ରୋଁ ନାମରେ ଏକ ଫୁଡ୍ ଟ୍ରକ୍ ବାହାର କରନ୍ତି । କିଛି ଏମିତି ସଫ୍ଟ ରୋମାଂଟିକ୍ କାହାଣୀକୁ ନେଇ ଆଧାରିତ ହୋଇଛି ଚଳଚ୍ଚିତ୍ର ‘ମିତ୍ରୋଁ’ । ଯେଉଁଥିରେ ଜୟ ଚରିତ୍ର ଜ୍ୟାକି ଭଗନାନୀ ଓ ଅବନି ଚରିତ୍ର ଟେଲିଭିଜନ୍ ସୁନ୍ଦରୀ କ୍ରିତିକା କମରାଙ୍କୁ ଦେଖିବାକୁ ମିଳିଛି । ବିକ୍ରମ ମଲହୋତ୍ରାଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିତିନ୍ କକ୍କର୍ । ଫିଲ୍ମର କାହାଣୀ ସହ ଗୀତଗୁଡିକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ମେକର୍ । ତନିଷ୍କ ବାଗଚିଙ୍କ ସଙ୍ଗୀତରେ ୭ଟି ଭିନ୍ନ ସ୍ୱାଦର ଗୀତକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ଯାହା ସ୍ରୋତାଙ୍କୁ ପସନ୍ଦ ଆସିଛି । ଏବେ ବାକି ରହିଲା ଦେଖିବାକୁ ସିନେମାକୁ ଦର୍ଶକ ପସନ୍ଦ କରୁଛନ୍ତି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More