Only for Entertainment

ଫ୍ରାଇଡେ ରିଲିଜ: ‘ହିଚକୀ’

YouTube
0 42

ଫିଲ୍ମ ଫ୍ରାଇଡେରେ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ଆଜି ରିଲିଜ ହୋଇଛି । ଏହି ଫିଲ୍ମ ଜରିଆରେ ରାଣୀ ପୁଣିଥରେ ଫିଲ୍ମ ଦୁନିଆକୁ ଫେରିଛନ୍ତି । ଏହା ପୂର୍ବରୁ ରାଣୀଙ୍କୁ ଶେଷ ଥର ପାଇଁ ‘ମର୍ଦାନୀ’ରେ ଦେଖିବାକୁ ମିଳିଥିଲା । ଫିଲ୍ମ ‘ହିଚକୀ’ରେ ରାଣୀ ଏକ ସ୍କୁଲ ଟିଚର ଭୂମିକାରେ ନଜର ଆସିଛନ୍ତି । ଏବଂ ଫିଲ୍ମରେ ରାଣୀଙ୍କ ନାମ ରହିଛି ନୈନା । ସେ ଟିଚର ହେବା ପାଇଁ ଚାହେଁ । ନୈନାଙ୍କୁ ଟରେଟ ସିନଡ୍ରମସ କାରଣକୁ ହିକ୍କା ହୋଇଥାଏ । ଏହା ଫଳରେ ତାକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

 

ହାର ନମାନି ଏବଂ ଅନେକ ଅସୁବିଧା ସାମ୍ନା କରି ନୈନା ଜବ ପାଇଁ ଇଣ୍ଟରଭ୍ୟୁ ଦେବାପାଇଁ ଯାଇଥାଏ । ଏହାପରେ ନୈନାକୁ ଏକ ସ୍କୁଲରେ ଜବ ମିଳିଯାଏ । କିନ୍ତୁ ସ୍କୁଲରେ ପିଲାମାନେ ତାକୁ ଖୁବ ହଇରାଣ କରନ୍ତି । ଏହାପରେ ମଧ୍ୟ ସେ ହାର ମାନେ ନାହିଁ । ସ୍କୁଲରେ କେଉଁ କେଉଁ ଅସୁବିଧାର ସାମ୍ନା କରିବାକୁ ପଡିଛି ନୈନା ତାହାକୁ ଫିଲ୍ମରେ ଦର୍ଶାଯାଇଛି । ତାହାକୁ ଦେଖିବା ପାଇଁ ଆପଣଙ୍କୁ ଫିଲ୍ମ ହଲକୁ ଯିବାକୁ ପଡିବ । ଫିଲ୍ମ ଏପରି ଏକ ବିଷୟକୁ ନେଇ ନିର୍ମାଣ କରାଯାଇଛି ଯାହା ସହିତ କୌଣସି ସାଧାରଣ ଲୋକ ନିଜ ଭାବନାକୁ ସହଜରେ ଯୋଡି ପରିବେ ।

ଫିଲ୍ମରେ ରାଣୀଙ୍କ ସହିତ ସୁପ୍ରିୟା ପିଲଗାୱକର, ଆସିକ ବସରା ଏବଂ ଶିବକୁମାର ସୁବ୍ରମଣ୍ୟମ ନଜର ଆସିଛନ୍ତି । ସିଦ୍ଧାର୍ଥ ମଲହୋତ୍ରା ଏହାର ନିର୍ଦ୍ଦେଶକ ଥିବା ବେଳେ ଆଦିତ୍ୟ ଚୋପ୍ରା ଏବଂ ମନୀଷ ଶର୍ମା ଏହାର ପ୍ରଡ୍ୟୁସର ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More